ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ରଖାଯାଇଥିବା ଜିନିଷର ବାସ୍ତୁର ଗଭରୀ ସମ୍ବନ୍ଧ ରହିଛି । କିଛି ଜିନିଷ ଏଭଳି ଥାଏ ଯାହାକୁ ଘରେ ରଖିବା ଦ୍ୱାରା ନକରାତ୍ମକ ଏବଂ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଯେଉଁ ଜିନିଷରେ ନକରାତ୍ମକ ପ୍ରତିକ ରହିଛି ତାକୁ ଘରେ ରଖିଲେ ଏହାଦ୍ୱାରା ଘରର ବାସ୍ତୁ ସଠିକ୍ ରହିଥାଏ ଏବଂ ବ୍ୟକ୍ତିଙ୍କୁ ପ୍ରତ୍ୟେକ କାମରେ ସଫଳତା ପ୍ରାପ୍ତି ହୁଏ । ଆଜି ଆମେ ଆପଣଙ୍କୁ ଏକ ଖାସ୍ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରେ ରଖିବା ଶୁଭ ହୋଇଥାଏ । ଯଦି ଏହି ଜିନିଷ ଘରେ ରୁହେ ତେବେ ଘରର ସଦସ୍ୟଙ୍କର କୌଣସି ପ୍ରକାର ଅଭାବ ହେବ ନାହିଁ ଏବଂ ସମସ୍ତ ସୁଖ ଶାନ୍ତି ବଳବତ୍ତର ରହିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ..
ଏହି ଖାସ୍ ଜିନିଷଟି ହେଉଛି ପିତଳ ସିଂହ ମୂର୍ତ୍ତି । ମା’ ଦୁର୍ଗାଙ୍କ ବାହାନ ହେଉଛି ସିଂହ ଏବଂ ଏହା ସକରାତ୍ମକର ପ୍ରତିକ । ସେଥିପାଇଁ ପିତଳ ସିଂହ ଘରେ ରଖିବା ଦ୍ୱାରା ବ୍ୟକ୍ତି ଉପରେ ମା’ ଦୁର୍ଗାଙ୍କ କୃପା ଲାଭ ହୋଇଥାଏ । ଏହାସହିତ ଘରର ସଦସ୍ୟଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।
ବାସ୍ତୁଅନୁଯାୟୀ,ପିତଳ ସିଂହ ମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ ମାନେ ଐଶାନ୍ୟ କୋଣରେ ରଖିବା ଦ୍ୱାରା ଲାଭ ହୋଇଥାଏ । ଯେଉଁ ଘରେ ପିତଳ ସିଂହ ମୂର୍ତ୍ତି ରଖାଯାଇଥାଏ ସେହି ଘରୁ ବାସ୍ତୁ ଦୋଷ ମୁକ୍ତ ହେବା ସହ ଘରର ସୁଖ-ଶାନ୍ତି ବଳବତ୍ତର ରହିଥାଏ ।