ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ସପ୍ତାହକ ସାତ ଦିନ ବିଭିନ୍ନ ଦେବା-ଦେବୀଙ୍କ ସମର୍ପିତ କରାଯାଇଛି । ସେହିଅନୁଯାୟୀ ଶୁକ୍ରବାର ହେଉଛି ମା ଲକ୍ଷ୍ମୀଙ୍କୁ ସମର୍ପିତ । ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଦେବୀ । ଯାହାଙ୍କ ଉପରେ ମାତାଙ୍କ କୃପା ରହିଥାଏ ତାଙ୍କ ଜୀବନରେ ଧନ-ଧାନ୍ୟର କୌଣସି ଅଭାବ ହୋଇନଥାଏ । ସେଥିପାଇଁ ମାତାଙ୍କ ଲକ୍ଷ୍ମୀଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ଘରେ ମାଙ୍କ ବିଶେଷ ପ୍ରକାରର ମୂର୍ତ୍ତି ବା ଫଟୋ ଲଗାଇବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଖୁସୀ ଆଗମନ ହୋଇଥାଏ ।
– ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କ ହାତରେ ଥିବା କଳଶ ଯୁକ୍ତ ପ୍ରତିମା ପ୍ରତିଷ୍ଠା କରିବା ଦ୍ୱାରା ଘରେ ଧନ ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ ।
– ଶୁକ୍ରବାର ମଧ୍ୟରାତ୍ରିରେ ଭଗବାନ ବିଷ୍ଣୁଙ୍କ ସହିତ ଥିବା ମା ଲକ୍ଷ୍ମୀଙ୍କ ଫଟୋ ସ୍ଥାପନା କରିବା ଦ୍ୱାରା ଘରେ ଧନ ବୃଦ୍ଧି ହୋଇଥାଏ । ଏହାସହିତ ପରିବାରରେ ଖୁସୀର ଲହରି ଖେଳିଯାଇ୍ଥାଏ ।
– ଏହାସହିତ ମା ଲକ୍ଷ୍ମୀ ପଦ୍ମ ଉରେ ବସିଥିବା ଫଟୋକୁ ଶୁକ୍ରବାର ସ୍ଥାପନା କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ବଳବତ୍ତର ରହିଥାଏ ।
– ଗଜ ଉପରେ ବସି ଯାତ୍ରା କରୁଥିବା ଦେବୀ ଲକ୍ଷ୍ମୀଙ୍କ ଫଟୋକୁ ଶୁକ୍ରବାର ସ୍ଥାପନା କରିବା ଦ୍ୱାରା ଧନ ଦୌଲତ ପ୍ରାପ୍ତି ହୋଇଥାଏ ।
– ଦେବୀ ଲକ୍ଷ୍ମୀଙ୍କ ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ଶୁକ୍ରବାରେ ଘରେ ସ୍ଥାପନା କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ଏହାସହିତ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ ।
– ଲାଲ ରଙ୍ଗର ବସ୍ତ୍ର ଧାରଣ କରିଥିବା ମା ଲକ୍ଷ୍ମୀଙ୍କ ଫଟୋକୁ ଶୁକ୍ରବାର ସ୍ଥାପନା କରିବା ଶୁଭ ହୋଇଥାଏ ।
– ଚାନ୍ଦୀରେ ନିର୍ମିତ ମା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ଶୁକ୍ରବାର ଦିନ ଦୋକାନରେ ରଖିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ହୋଈଥାଏ ।
– ଭଗବାନ ଗଣେଶଙ୍କ ସହ ମା ଲକ୍ଷ୍ମୀଙ୍କ ଫଟୋକୁ ଶୁକ୍ରବାର ଘରେ ସ୍ଥାପନା କରିବା ଦ୍ୱାରା ବିଦ୍ୟା ବୃଦ୍ଧି ହୋଇଥାଏ ।