ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଥାରେ ଅଛି ଯଦି କୌଣସି ଭକ୍ତ ମନରେ ଭକ୍ତି ଭାବ ସହିତ ଗୋଟେ ଢ଼ାଳ ପାଣି ଶିବଙ୍କୁ ଅର୍ପଣ କରଥାନ୍ତି ତେବେ ଭଗବାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ମହାଦେବଙ୍କର ପୁଜା ବିଧି-ବିଧାନ ସହ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୁଏ ଏବଂ ଭକ୍ତଙ୍କ ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଥାଏ । ଏବଂ ଭଗବାନ ଶିବଙ୍କ କୃପାରୁ ଗରିବ ବି ଧନୀ ହୋଇଥାଏ । ତେବେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶିବପୂରାଣରେ ଅନେକ ଉପାୟ ରହିଛି । ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ୱାରା ମହାଦେବଙ୍କ କୃପା ଲାଭ ହୋଇପାରିବ ।
ଭଗବାନ ଶିବଙ୍କ ପୂଜାରେ ବିଭିନ୍ନ ପ୍ରକାରର ମନ୍ତ୍ର ଜପ କରାଯାଇଥାଏ । ଭିନ୍ନ ଭିନ୍ନ କାର୍ଯ୍ୟଶିଦ୍ଧି ପାଇଁ ଅଲଗା ଅଲଗା ମନ୍ତ୍ର ଜପ କରାଯାଏ । ସେହି ସମସ୍ତ ମନ୍ତ୍ର ମଧ୍ୟରୁ ମହାଦେବଙ୍କର ପ୍ରିୟ ମନ୍ତ୍ର ହେଉଛି ମହାମୃତ୍ୟୁଞ୍ଜୟ ମନ୍ତ୍ର । ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଭଗବାନ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।
ଓଁ ହୈଂ ଜୁଂ ସଃ ଓଁ ଭୁଃ ଭୁବଃ ସ୍ୱଃ । ଓଁ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିମ୍ ପୃଷ୍ଟିବର୍ଦ୍ଧନମ୍ । ଉର୍ବାରୁକମେବ ବନ୍ଧନାନମୃତ୍ୟୁର୍ମୁକ୍ଷୀୟ ମାମୃତାତ । । ଏହିଭଳି ଭିନ୍ନ ଭିନ୍ନ କାର୍ଯ୍ୟପାଇଁ ଭିନ୍ନ ଭିନ୍ନ ମନ୍ତ୍ର ଜପ କରାଯାଇଥାଏ । ଯଦି କୌଣସି ବ୍ୟକ୍ତି ଗମ୍ଭୀର ରୋଗରେ ପଡିଛନ୍ତି । ତେବେ ଏହି ମନ୍ତ୍ର ୧୧ଥର ଜପ କରିବା ଦ୍ୱାରା ରୋଗ ଭଲହୋଇଯାଏ । ଏହାବ୍ୟତୀତ ଅକାଳମୃତ୍ୟୁ ରୁ ରକ୍ଷା, କାର୍ଯ୍ୟରେ ଉନ୍ନତି, ସନ୍ତାନପାପ୍ତି ଚାହୁଁଛନ୍ତି ତେବେ ୩୦ ଲକ୍ଷ ଥର ଏହି ମନ୍ତ୍ର ଜପ କରନ୍ତୁ ସମସ୍ତ ମନସ୍କାମନା ପୂରଣ ହେବ ।