ପୁରୀ (ଏଟିଆର ବ୍ୟୁରୋ) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ । ସେଥିମଧ୍ୟରୁ ପ୍ରଳମ୍ବାସୁର ବଧ ବେଶ ଅନ୍ୟତମ । ଭାଦ୍ରବ ମାସ ଦ୍ୱାଦଶ ତିଥି ଅର୍ଥାତ ଆଜି ଏହି ବେଶ ଅନୁଷ୍ଠିତ ହୋଇଛି ।
ଏହି ପ୍ରଳମ୍ବାସୁର ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ଶୁଭଦ୍ରା ସାଧାରଣ ବେଶରେ ବିରାଜମାନ କରିଥାନ୍ତି । କିନ୍ତୁ ବଡ ଠାକୁର ବଳଭଦ୍ର ଦୁଇ ହସ୍ତରେ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହାସହିତ ବଡଠାକୁରଙ୍କ ନିମ୍ନ ଭାଗରେ ରତ୍ନସିଂହାସନ ଉପରେ ଏକ କାଠ ନିର୍ମିତ ପ୍ରଳମ୍ବାସୁର ମୂର୍ତ୍ତି ରଖାଯାଇଥାଏ । ଯାହା ଅସୁରର ସ୍କନ୍ଦ ଏବଂ ଦୁଇ ଭୁଜରେ ବଡଠାକୁର ବଳଭଦ୍ର ବସିଥିବା ଭଳି ଦୃଶ୍ୟମାନ ହୁଏ ।
ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇ ସନ୍ଧ୍ୟାଧୂପ ଶେଷ ହେବା ଯାଏଁ ରହିଥାଏ । ଏହାପରେ ରାମକୃଷ୍ଣ ସିଂହାସନ ବିଜେ ହୋଇ ଆଜ୍ଞାମାଳ ପ୍ରାପ୍ତ କରିବା ପରେ ଜଗନମୋହନସ୍ଥି ଖଟ ଉପରେ ବିଜେ କରନ୍ତି । ସେହି ସମୟରେ ପ୍ରଳମ୍ବାସୁଧର ବଧ ପ୍ରସ୍ତାବ ଆସିଥାଏ ।