ପୁରୀ (ଏଟିଆର ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ବଡଠାକୁର ବଳଭଦ୍ରଙ୍କ ପ୍ରଳମ୍ବାସୁର ବେଶ ଅନୁଷ୍ଠିତ ହୋଇ ଯାଇଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶରେ କେବଳ ବଡଠାକୁରଙ୍କୁ ସୁସଜ୍ଜିତ କରାଯାଇଥାଏ ।
ପାରମ୍ପରିକ ଅନୁଯାୟୀ ଭାଦ୍ର କୃଷ୍ଣ ପକ୍ଷ ଦ୍ୱାଦଶୀ ଅବସରରେ ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ବଡଠାକୁର ବଳଭଦ୍ରଙ୍କ ପ୍ରଳମ୍ବାସୁର ବଧ ବେଶ ଆରମ୍ଭ ହୋଇଯାଏ । ମାତ୍ର ଏହି ବେଶରେ କେବଳ ବଳଭଦ୍ର ଦୃଶ୍ୟମାନ ହୋଇଥାନ୍ତି । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା ଶୁଭଦ୍ରାଙ୍କୁ ସୁନାବେଶରେ ପିନ୍ଧାଯାଇଥିବା ବସ୍ତ୍ର ପିନ୍ଧାଯାଇଥାଏ ।ଏହି ବେଶରେ ବଡଠାକୁର ବଳଭଦ୍ର ତାଙ୍କ ହସ୍ତରେ ହଳ ଏବଂ ମୁସଳ ଧାରଣ କରିଥାନ୍ତି ।
ଏହାସହିତ କାଠରେ ନିର୍ମିତ ହୋଇଥିବା ଏକ ପ୍ରଳମ୍ବାସୁର ମୂର୍ତ୍ତିକୁ ବଡ ଠାକୁରଙ୍କ ନିମ୍ନ ଭାଗରେ ରଖାଯାଇଥାଏ । ଯେଉଁଥିରେ ଅସୁର କାନ୍ଧର ଦୁଇ ଭୁଜରେ ବଳଭଦ୍ର ବସିବା ଭଳି ଦୃଶ୍ୟମାନ ହୋଇଥାଏ । କାଠରେ ତିଆର ହୋଇଥିବା ଏହି ପ୍ରଳମ୍ବାସୁର ମୂର୍ତ୍ତିକୁ ଚିତ୍ରକର ସେବକ ଏବଂ ସୋଲ କାରିଗର ମାନେ ନିର୍ମାଣ କରିଥାନ୍ତି ।