ପୁରୀ (ଏଟିଆର ବ୍ୟୁରୋ); ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଗତକାଲି ରାତିରୁ ଭକ୍ତମାନେ ପୁରୀ ମୁହାଁ ହେଉଛନ୍ତି । ଆଜି ଚତୁର୍ଦ୍ଧା ମୁତତୀ ମାଉସୀ ଘରକୁ ଯିବେ । ବଡ ଦାଣ୍ଡରେ ଟଣା ହେବ ରଥ । ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପରୀର ରଥଯାତ୍ରା ସର୍ବପ୍ରସିଦ୍ଧ । ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରାର ମଧ୍ୟରେ ମୁଖ୍ୟ । ଏହା ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ । ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଦକ୍ଷିଣାମୁଖୀ ଯାତ୍ରା, ନବଦିନ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ ।
ସକାଳ ୬ଟାରେ ମଙ୍ଗଳ ଆରତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡପଲାଗି, ୬.୩୦ରେ ରୋଷ ହୋମ, ୭ଟାରେ ଅବକାଶ, ୭ଟା୧୦ରେ ସୂର୍ୟ୍ୟପୂଜା, ୭ଟା୩୦ରେ ଦ୍ୱାରପାଳ ପୂଜା, ୭ଟା ୩୦ ବେଶ ଶେଷ, ସକାଳ ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ପାଇଁ ନୀତି ଧାର୍ୟ୍ୟ ହୋଇଛି।ଆଜି ସକାଳ ୯ଟାରେ ମଦନମୋହନ, ବଳଭଦ୍ର, ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି କରାଯିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ କରିବାକୁ ନୀତିନିର୍ଘଣ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ।
ରଥଯାତ୍ରା ପାଇଁ ଟ୍ରାଫିକ ନିୟନ୍ତ୍ରଣ, କର୍ଡ଼ନ୍, ଭିଆଇପି ସିକ୍ୟୁରିଟି ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବନ୍ଦେ।ବସ୍ତ କରାଯାଇଛି । ଯାନବାହନ ଚଳାଚଳର ଗତିପଥ ପରିବର୍ତ୍ତନ ସହ ୧୮ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୩୧୬ନଂ ଜାତୀୟ ରାଜପଥ ଦେଇ ଆସୁଥିବା ସମସ୍ତ ଆନ୍ତରାଜ୍ୟ ସଂରକ୍ଷିତ ବସଗୁଡ଼ିକ ପାଇଁ ମାଳତୀପାଟପୁର ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେଠାରୁ ଯାତ୍ରୀମାନଙ୍କୁ ନେବା ଆଣିବା ପାଇଁ ୨୦ଟି ଟାଉନ ବସ୍ ଓ ସିଟି ବସ୍ ର ବ୍ୟବସ୍ଥା କରାଯାଇଛି ।