ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପବିତ୍ର ରାଧାଷ୍ଟମୀ । କୃଷ୍ଣ ପ୍ରିୟା ରାଧାରାଣୀଙ୍କ ଜନ୍ମତ୍ସବ । କୁହାଯାଏ କି କୃଷ୍ଣଙ୍କ କୃପା ପାଇଁ ରାଧାଙ୍କୁ ଭକ୍ତି କରିବା ଜରୁରୀ । ଯେଉଁଠି ଭଗବତି ରାଧା ରହିବେ ସେଠିକୁ କୃଷ୍ଣ ନିଶ୍ଚୟ ଆସିବେ । ଶାସ୍ତ୍ରରେ ରାଧାରାଣୀଙ୍କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି ।
ଶାସ୍ତ୍ରରେ ‘ରାଧା କୃପା କଟାକ୍ଷ ସ୍ତୋତ୍ର ‘ର ପାଠ ବହୁତ ଶକ୍ତିଶାଳୀ ବୋଲି କୁହାଯାଇଛି । ରାଧାଷ୍ଟମୀ ଦିନ ଏହି ସ୍ତୋତ୍ର ପାଠ କରିବା ଦ୍ୱାରା ସାଂସାରିକ ଇଛା ପୂର୍ତ୍ତି ହୋଇଥାଏ । ଅଷ୍ଟମୀ, ଦଶମୀ, ଏକାଦଶୀ, ତ୍ରୟୋଦଶୀ ଏବଂ ପୂର୍ଣ୍ଣିମା ତିଥିରେ ଏହି ସ୍ତୋତ୍ର ପାଠ କରିବା ଲାଭଦାୟକ ହୋଇଥାଏ ।