ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ପୁରୀ ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ଗାଁ ହେଉଛି ରଘୁରାଜପୁର । ଏହି ଗାଁ ମୁଖ୍ୟତଃ ପଟ୍ଟଚିତ୍ର ପାଇଁ ପ୍ରସିଦ୍ଧ । ବହୁ ପୁରାତନ କାଳ ତଥା ୫ ଶତକରୁ ହୋଇ ଆସୁଛି ଏହି ଗାଁର କାରୁକାର୍ଯ୍ୟ । ଏହାବ୍ୟତୀତ ଏହି ଗ୍ରାମରେ ଓଡିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତଙ୍କ୍ର ଜନ୍ମ । ବିଂଶ ଶତାଦ୍ଦୀରେ ଓଡିଶୀର ପୁନରୁଥାନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ କେଳୁଚରଣଙ୍କର ପ୍ରମୁଖ ଭୂମିକା ରହିଥିଲା । ଏବଂ ତାଙ୍କୁ ପ୍ରଥମେ ପଦ୍ମ ବିଭୁଷଣ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ପଟ୍ଟଚିତ୍ର ଓଡିଶାର ଏକ ପାରମ୍ପାରିକ ଚିତ୍ରକଳା । ଏହା ପ୍ରଧାନତଃ ଜଗନ୍ନାଥ ସଂସ୍କୃତିକୁ ନେଇ ସୃଷ୍ଟି ହୋଇଛି । ଏହି ଗାଁର ଶିଲ୍ପୀମାନେ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ କରିଥାନ୍ତି । ପଟ୍ଟର ଅର୍ଥ ହେଉଛି କନା ଏବଂ ଚିତ୍ରର ଅର୍ଥ ହେଉଛି ଛବି । ଏକ କନା ଉପରେ ଛବି ଅଙ୍କା ଯାଇଥିବାରୁ ଏହାକୁ କୁହାଯାଏ ପଟ୍ଟଚିତ୍ର । ସେଥିପାଇଁ ଶିଳ୍ପୀମାନେ ଏକ ଟସର କନା ଉପରେ ମଣ୍ଡ ଦେଇ ସେଥିରେ ନାନାଦି ପ୍ରକାରର ଚିତ୍ର ଆଙ୍କିଥାନ୍ତି । ଏହି ଚିତ୍ର ଆଙ୍କିବା ପାଇଁ ଯେଉଁ ରଙ୍ଗ ବ୍ୟବହାର କରାଯାଏ ତାହାକୁ ଶିଳ୍ପୀମାନେ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି । ଏହି ରଙ୍ଗ ପ୍ରାକୃତିକ ଉପାୟରେ ତିଆରି କରାଯାଇଥାଏ ।
ଏହି ଗାଁରେ ପ୍ରାୟତଃ ୧୦୦ ଘର ରହିଛି । ପ୍ରତେକ ଘରର ସଦସ୍ୟମାନେ ଗୋଟେ ଗୋଟେ ଶିଳ୍ପୀ । ସେମାନେ କପଡା, ତାଳପତ୍ର, ନଡିଆ ଆଦିରେ ବିଭିନ୍ନ ଚିତ୍ର ଆଙ୍କି ନିଜର କଳା ଦେଖାଇଥାନ୍ତି । ଏହି ଚିତ୍ର ଆଙ୍କିବା ପାଇଁ ପ୍ରଥମେ ଶିଳ୍ପୀମାନେ କନାର ଚର୍ତୁପାଶ୍ୱର୍ରେ ଏକ ପେନସିଲ ସାହଯ୍ୟରେ ଗାର ଟାଣିଥାନ୍ତି । ଏବଂ ପରେ ସେହି ପେନସିଲ ଦ୍ୱାରା ବିଭିନ୍ନ ଦେବାଦେବୀଙ୍କର ଚିତ୍ର ଆଙ୍କିଥାନ୍ତି । ସେହି ଚିତ୍ରକୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ତୁଳି ସାହାଯ୍ୟରେ ରଙ୍ଗ ଦେଇଥାନ୍ତି । ଏଥିରେ ମୁଖ୍ୟତଃ ଧଳା, କଳା, ଲାଲ, ନୀଳ, ସବୁଜ ରଙ୍ଗ ଆଦି ବ୍ୟବହାର କରାଯାଇଥାଏ ।
ଏହି ପଟ୍ଟଚିତ୍ର କେବଳ ଓଡିଶା ପସିଦ୍ଧ ନୁହେଁ ବରଂ ପୃଥିବୀ ପ୍ରସିଦ୍ଧ । ବିଦେଶରୁ ଅନେକ ପ୍ରର୍ଯ୍ୟଟକ ଏହି ଗାଁକୁ ଭ୍ରମଣ କରିବାକୁ ଆସି ପଟ୍ଟଚିତ୍ର କିଣି ନେଇଥାନ୍ତି । ଏହି ଗାଁର ଶିଳ୍ପୀମାନଙ୍କ ପାଖରେ ୫୦ ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ପଟ୍ଟଚିତ୍ର ଉପଲବ୍ଧ ଅଛି । ଏହି ପଟ୍ଟଚିତ୍ର ପାଇଁ ଶିଳ୍ପୀମାନେ ଅନେକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଏବଂ ଏହି ଗାଁ ପଦ୍ମଶ୍ରୀ ନାମରେ ବେଶ୍ ଜଣାଶୁଣା । କାରଣ ଏହି ଗାଁରେ ଥିବା ପ୍ର୍ରତେକ ବ୍ୟକ୍ତି ଜଣେ ଜଣେ କଳାକର । କଳା ସେମାନଙ୍କ ଭିତରେ ପରିପୂର୍ଣ୍ଣ ହୋଇ ରହିଛି । ସେମାନେ ପଟ୍ଟଚିତ୍ର ବ୍ୟତୀତ କାଠର କଣ୍ଢେଇ, ପଥର ମୂର୍ତ୍ତି ଆଦି ତିଆର କରିଥାନ୍ତି । ୨୦୦୦ ମସିହାରେ ଏହି ଗାଁକୁ ଶିଳ୍ପୀ ଗ୍ରାମରେ ମାନ୍ୟତା ଦିଆଯାଇଥିଲା ।