ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଖୁବ୍ ଚାଲାକି ଏବଂ ମାୟାବି ଗ୍ରହ ବୋଲି କୁହାଯାଇଥାଏ । ଉଭୟ ଗ୍ରହ ନିଜ ହିସାବରେ ଚାଲ ଚଲେଇଥାନ୍ତି । ବର୍ତ୍ତମାନ ମେଷ ରାଶିରେ ରାହୁ ବିରାଜମାନ କରିଥିବା ବେଳେ ତୁଳା ରାଶିରେ କେତୁ । ଜ୍ୟୋତିଷଙ୍କ ଅନୁଯାୟୀ ୩୦ ଅକ୍ଟୋବର କୁ ରାହୁ ଏବଂ କେତୁ ରାଶି ପରିବର୍ତ୍ତନ କରିବେ । ଏହାଦ୍ୱାରା ରାଶି ଚକ୍ରର ସମସ୍ତ ୧୨ ଟି ରାଶି ଉପରେ ଅନୁକୁଳ ଏବଂ ପ୍ରତିକୂଳ ପ୍ରଭାବ ପଡିବ । ଏଥିରେ ଦୁଇଟି ରାଶିକୁ ସର୍ବାଧିକ ଲାଭ ମିଳିବ । ସେହି ଦୁଇଟି ରାଶି ହେଉଛି ମୀନ ଏବଂ ମିଥୁନ ରାଶି ।
ଜ୍ୟୋତିଷଙ୍କ କହିବାନୁଯାୟୀ, ବର୍ତ୍ତମାନ ମେଷ ରାଶିରେ ବିରାଜମାନ ଅଛନ୍ତି ଦେବଗୁରୁ ବୃହସ୍ପତି । ଏହି ସମୟରେ ବୃହସ୍ପତି ମୀନ ରାଶିର ଧନ ଘରକୁ ଦେଖୁଛନ୍ତି । ଏଥିପାଇଁ ମୀନ ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ଯୋଗ ରହିଛି । ଅବଶ୍ୟ ରାହୁ ମଧ୍ୟ ଧନ ଘରେ ବିରାଜମାନ ଅଛନ୍ତି । ସେଥିପାଇଁ ଆୟରେ ସ୍ଥିରତା ନାହିଁ । ଯେତେବେଳେ ରାହୁ ଗ୍ରହ ମେଷ ରାଷିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ ସେତେବେଳେ ମୀନ ରାଶିର ବ୍ୟକ୍ତି ଗୁରୁ ଚାଣ୍ଡାଳ ଦୋଷରୁ ମୁକ୍ତ ହେବେ । ସେହିପରି ଶୁକ୍ରଙ୍କ ଉଚ୍ଚ ରାଶି ହେଉଛି ମୀନ । ଅର୍ଥାତ ମୀନ ରାଶିର ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତ ହେବ ।
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ରାହୁଙ୍କ ଉଚ୍ଚ ରାଶି ହେଉଛି ମିଥୁନ । ଅର୍ଥାତ ରାହୁଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମିଥୁନ ରାଶିର ବ୍ୟକ୍ତିଙ୍କୁ ଆୟରେ ବୃଦ୍ଧି ହେବ । ଅଚାନକ ଧନ ଲାଭର ଯୋଗ ହେବ । ବିଗିଡି ଯାଇଥିବା କାମ ପୁରା ହେବ । ରାହୁ ତାଙ୍କ ଉଚ୍ଚ ରାଶିରେ କଦାପି ଅଶୁଭ ଫଳ ପ୍ରଦାନ କରନ୍ତି ନାହିଁ । ଅର୍ଥାତ ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଆଗାମୀ ଦିନ ଶୁଭମୟ ରହିବ ।