ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେଦାରନାଥ ଯାତ୍ରାରେ ବ୍ରେକ । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ସହ ତୁଷାରପାତ ଯୋଗୁଁ ଅଧରାସ୍ତାରେ ଅଟକିଲେ ଶ୍ରଦ୍ଧାଳୁ । ଲ୍ୟାଣ୍ଡସ୍ଲାଇଡ ଯୋଗୁଁ ବଦ୍ରିନାଥ ହାଇୱେ ବନ୍ଦ କରାଯାଇଛି ।
ଗଙ୍ଗୋତ୍ରୀ, ଯମୁନେତ୍ରୀରେ ଜାରି ରହିଛି ବର୍ଷା । ପାହାଡ ଉପରୁ ବର୍ଷୁଛି ବରଫ । ଠା ଠା ରେ ଅଟକି ରହିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଭିଡ ଓ ପ୍ରତିକୂଳ ପାଗ ପାଇଁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କେଦାରନାଥ ଯାତ୍ରା ଉପରେ ରୋକ ଲଗାଯାଇଛି ।