ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଛି । ମଙ୍ଗଳଆଳତି, ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଶ୍ରୀଜିଉଙ୍କୁ ରାଜରାଜେଶ୍ୱରୀ ବେଶ ବା ସୁନା ବେଶରେ ଶୁସଜ୍ଜିତ କରାଯାଇଛି । ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଭକ୍ତ ମହାପ୍ରଭୁଙ୍କ ଏହି ବେଶକୁ ଦର୍ଶନ କରିଥାନ୍ତି କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ହେତୁ ଏହି ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।
ଏହି ବେଶରେ ଶ୍ରୀଭୂଜ, କିରୀଟ, ଶ୍ରୀପୟର, ଓଡିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, କଦମ୍ବ ମାଳି, ହରିଡା ମାଳି, ବାହାଡା ମାଳି, ତାବିଜ ମାଳି, ବାଘନଖି ମାଳି, ସେବତି ମାଳି ଆଦି ରତ୍ନ ଅଳଙ୍କାର ମାନ ଧାରଣ କରିଥାନ୍ତି ଶ୍ରୀଜିଉ ।
ଅନ୍ୟପଟେ କରୋନା କଟକଣା ପାଇଁ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାରୁ ଭକ୍ତମାନେ ସଂହଦ୍ୱାରରୁ ଶାନ୍ତି ଶୃଙ୍ଖଳାର ସହ ପତିତପାବନଙ୍କ ଦର୍ଶନ କରୁଛନ୍ତି ।