ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ନିମନ୍ତେ ବିଦେଶରୁ ଦାନ ସ୍ୱୀକାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁମତି ପାଇଁ ଆବେଦନ କଲେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଏନେଇ ଟ୍ରଷ୍ଟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତା କହିଛନ୍ତି କି ଭକ୍ତ ମାନେ ବିଦେଶରୁ ରାମ ମନ୍ଦିର ପାଇଁ ଟ୍ରଷ୍ଟକୁ ଦାନ କରିବା ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଭାରତୀୟ ମୂଲର ଜଣେ ଆମେରିକୀ ନାଗରିକଙ୍କ ଠାରୁ ୧୫୦୦ ଡଲାରର ଚେକ୍ ମିଳିଛି । ବହୁତ ଶୀଘ୍ର ଟ୍ରଷ୍ଟ ଏକ ଏନଆରଆଇ ଖାତା ଖୋଲିବ , ଯେଉଁଥିରେ ବିଦେଶୀ ମୁଦ୍ରା ଜମା କରାଯିବ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଗତ ଅଗଷ୍ଟ ୫ ତାରିଖରୁ ଭୂମି ପୂଜା ପରଠାରୁ ଲଗାତର ଭାବେ ଦାନ ମିଳୁଛି ଏବଂ ଟ୍ରଷ୍ଟରେ ଏବେ ୭୫ କୋଟି ଟଙ୍କା ହୋଈଯାଇଛି । ଦେଶରେ ଶ୍ରଦ୍ଧାଳୁଙ୍କ ପକ୍ଷରୁ ନିୟମିତ ଦାନ ମିଳୁଛି । ଏବେ ବିଦେଶରୁ ଭକ୍ତମାନେ ଚେକ୍ ମାଧ୍ୟମରେ ଦାନ କରୁଛନ୍ତି । ଯେଉଁଥିରେ ଅଧିକାଂଶ ବିଦେଶୀ ମୁଦ୍ର ଦାନରେ ମିଳୁଛି । ଏହି ବିଦେଶୀ ମୁଦ୍ରାକୁ ପ୍ରାପ୍ତ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ଭାରତ ସରକାରଙ୍କ ଅନୁମତି ପାଇଁ ଆବେଦନ କରାଯାଇଛି । ବହୁତ ଶୀଘ୍ର ଅନୁମତି ମିଳିବ ବୋଲି ସମ୍ଭାବନା ରହିଛି ।