ପୁରୀ (ଏଟିଆର ବ୍ୟୁରୋ); ଆଉ ମାତ୍ର ଅଳ୍ପ ଦିନ ରହିଲା ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ବିଶ୍ୱକର୍ମା ସେବକମାନେ ବୁଧବାର ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ କରିଥିବା ବେଳେ ଏହାପରେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ତିଆରିବେ ରୂପକାର ସେବକ । ସିଂହାସନର ଏକ ଅଂଶ ହେଉଛି ପ୍ରଭା ଯେଉଁଥିରେ ଆଉଜି ଅବସ୍ଥାନ କରିବେ ଶ୍ରୀବିଗ୍ରହ ।
ସେହିପରି ପ୍ରତି ରଥର ଦୁଆରଘଡା କାର୍ଯ୍ୟ ଶେଷ ହୋଇଥିବା ବେଳେ ସେଥିରେ ଚିତ୍ର ଆଙ୍କିବା ଆରମ୍ଭ କରିଦେଇଛନ୍ତି ଚିତ୍ରକର । ଏହାସହିତ ତିନି ରଥର ଜଗତପୃଷ୍ଠ ଶ୍ରେଣୀ ଉଠି ପଟା ବାଡିଆ ହୋଇଛି । ଏହା ଉପରେ ରହିବ ସିଂହାସନ ।
ଅନ୍ୟପଟେ ଦୁଆର ଘୋଡା, ପାଶ୍ୱର୍ ଦେବାଦେବୀ, ନାଟ ଗୋଡ, ଓଲଟ ଶୁଆରେ ରଙ୍ଗ ଦେଉଛନ୍ତି ଚିତ୍ରକର ସେବକ ।