ପୁରୀ (ଏଟିଆର ବ୍ୟୁରୋ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚ ହୋଇ ଉଠିଛି ରଥଖଳା । ଆଜି ତୁମ୍ବରେ ବିନ୍ଧ ଅନୁକୂଳ କରିବେ ତିନି ରଥର ମୁଖ୍ୟ ବିଶ୍ୱକର୍ମା ।
ଶୁକ୍ରବାର ସୁଦ୍ଧା ତିନି ରଥର ୪୨ ଗୋଟି ତୁମ୍ବ ରୁ ୪୧ ଟି ତୁମ୍ବର ଗଡ କାର୍ଯ୍ୟ ସମାପ୍ତ ହୋଇଛି ଏବଂ ସେଥିରୁ ୨୭ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ଏହାସହିତ କମାରଶାଳରେ ଜାରି ରହିଛି ଅର କଣ୍ଟା ନିର୍ମାଣ କାର୍ଯ୍ୟ ।