ପୁରୀ (ଏଟିଆର ବ୍ୟୁରୋ); ଚାଲିଛି ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ହରିବୋଲ ହୁଳହୁଳିରେ କମ୍ପୁଛି ବଡଦାଣ୍ଡ । ପ୍ରଥମେ ସୁଦଶନଙ୍କ ପହଣ୍ଡି ହୋଇଥିଲା । ଏହପରେ ବଡ ଭାଇ ଏବଂ ଭଉଣୀଙ୍କ ପହଣ୍ଡି ସରିଛି । ଏବେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ପହଣ୍ଡି ହୋଇ ଆସୁଛନ୍ତି ମହାପ୍ରଭୁ । ରଥରେ ବିଜେ କରି ସମସ୍ତ ଭକ୍ତଙ୍କ ଆବେଗର ଅନ୍ତ କରିବେ । ଏହି ଅପୂର୍ବ ରୂପ ଦେଖିବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ଭକ୍ତ । ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ରଥାରୁଢ଼ ହେବା ପାଇଁ ବାହାରି ପଡିଛନ୍ତି ଶ୍ରୀଜିୟୁ ।
ବଡ଼ ଟାହିଆ ବାନ୍ଧି ଝୁଲି ଝଲି ବିଜେ କରୁଛନ୍ତି କାଳିଆ ସାଆନ୍ତ । କାଳିଆ ରଥରେ ଚଢିବା ପରେ ଘୋଷଯାତ୍ରାର ନୀତିକାନ୍ତି ଆରମ୍ଭ ହେବ । ବଡ଼ ଦାଣ୍ଡରେ ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ସୂଚନା ରହିଛି । ଭକ୍ତିମୟ ହୋଇ ଉଠିଛି ସମଗ୍ର ପରିବେଶ । ରଥାରୁଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ରଥରେ ପ୍ରଭୁଙ୍କର ଏହି ବାମନ ରୂପକୁ ଦର୍ଶନ କଲେ ମୋକ୍ଷ ଲାଭ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏକାକାର ହୋଇପଡ଼ିନ୍ତି ଭକ୍ତ ଓ ଭଗବାନ ।