ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯେତେବେଳେ ଶିଶୁଟି ଜନ୍ମ ନେଇଥାଏ ସେତେବେଳେ ଅନେକ ଜିନିଷ ଆସିଥାଏ । ଯାହା ଶିଶୁ ସହିତ କିଛି ଦିନ ପର୍ଯ୍ୟନ୍ତ ରହିଥାଏ । ମୁଖ୍ୟତଃ କହିବାକୁ ଗଲେ କେଶ ଜନ୍ମରୁ ଆସିଥାଏ । କୁହାଯାଏ କି ଜନ୍ମ କେଶ କାଟି ଦେବା ଉଚିତ୍ । କିନ୍ତୁ ଏଭଳି କ’ଣ ପାଇଁ କରାଯାଏ ତାହାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏନେଇ ପୁରାଣ ଏବଂ ଶାସ୍ତ୍ରରେ ଲିଖିତ ଅଛି ।
ହିନ୍ଦୁ ଧର୍ମରେ ୧୬ ସଂସ୍କାର ଥାଏ । ସେଥିରୁ ମୁଖ୍ୟ ହେଲା ଲଣ୍ଡା ହେବା । ଏହାର କିଛିି ନିୟମ ରହିଛି ।
– କୁହାଯାଏ ଛୋଟ ଛୁଆକୁ ଲଣ୍ଡା କରିବା ଦ୍ୱାରା ମସ୍ତିସ୍କ ବୃଦ୍ଧି ଠିକ୍ ଭାବରେ ହୋଇଥାଏ ।
– ପୁରୁଣା କେଶକୁ ଦାନ ଦେଲା ପରେ ଯେଉଁ ନୂଆ କେଶ ଆସିଥାଏ, ତାହା ଦ୍ୱାରା ଶିଶୁଟିର ନୂତନ ଦୁନିଆର ଶୁଭ ଆଗମନ ହୋଇଥାଏ ।
– ଜନ୍ମ କେଶ କାଟିବା ଦ୍ୱାରା ଶିଶୁର ପୂର୍ବ ଜନ୍ମର ସଂସ୍କାରରୁ ମୁକ୍ତି ମିଳିଥାଏ ।