ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଅନେକ ସମୟରେ ଦେଖିଥିବେ ଯେ ବାହାରକୁ ଯାତ୍ରା କରିବା ସମୟରେ ,ବାଟରେ ନଦୀ ପଡିଲେ ଲୋକମାନେ ଟ୍ରେନରେ ଥାନ୍ତୁ କିମ୍ବା ବସ୍ରେ ସେହି ନଦୀକୁ ଖୁଚୁରା ଟଙ୍କା ଫୋପାଡି ଥାନ୍ତି । ଏହାବ୍ୟତୀତ କିଛି ବିଶେଷ ସ୍ଥାନ ରହିଛି ଯେଉଁଠି ଏହି ଖୁଚୁରା ଟଙ୍କା ଫୋପାଡା ଯାଇଥାଏ । ଏହା ପଛର କାରଣ ନ ଜାଣି ମଧ୍ୟ ଆପଣମାନେ କିଛି ଲୋକଙ୍କୁ ଦେଖି ଏଭଳି କରିଥାଇ ପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ନଦୀରେ ଖୁଚୁରା ଟଙ୍କା ଫୋପାଡିବାର କାରଣ ବିଷୟରେ ଅବଗତ କରାଇବୁ ।
ବହୁ ପୁରାତନ କାଳରୁ ନଦୀ କିମ୍ବା ପୋଖରୀରେ ଖୁଚୁରା ଟଙ୍କା ଫୋପାଡିବା ପରମ୍ପରା ପରିଚାଳିତ ହୋଇ ଆସୁଛି । ଯେତେବେଳେ ତମ୍ବା କଏନର ବ୍ୟବହାର ହେଉଥିଲା ସେହି କାଳରୁ ଏହି ପରମ୍ପରା ଚାଲିଛି । କୁହାଯାଏ କି ତମ୍ବା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଏହି କଥା ସହିତ ପ୍ରାଚୀନ କାଳର ଲୋକମାନେ ଖୁବ୍ ପରିଚିତ ଥିଲେ । କାରଣ ପ୍ରାଚୀନ କାଳରେ ଲୋକମାନେ ନଦୀ କିମ୍ବା ପୋଖରୀ ପାଣି ପିଉଥିଲେ । ସେହି ପାଣିକୁ ସୁଦ୍ଧ ଏବଂ ସ୍ୱଚ୍ଛ ରଖିବା ପାଇଁ ପାଣିରେ ତମ୍ବା କଏନ ପକାଉଥିଲେ ।
ଯଦି ପାଣିରେ କୋଣସି ତମ୍ବା ବସ୍ତୁ ପକାଯିବ, ତେବେ ସେହି ବସ୍ତୁ ପାଣିକୁ ଦୂଷିତ ହେବାରୁ ରକ୍ଷା କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନଦୀ କିମ୍ବା ପୋଖରୀରେ କଏନ ପକାନ୍ତି, ତେବେ ତାହାଦ୍ୱାରା ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ । ଏହାବ୍ୟତୀତ ଚାନ୍ଦି କଏନ ପକାଇବା ଦ୍ୱାରା ସୂଦ୍ର ଦୋଷ ଦୂର ହୋଇଥାଏ ।