ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଘରର ଶୁଭ କାର୍ଯ୍ୟରେ ଆମ୍ବ ପତ୍ରକୁ ମୁଖ୍ୟ ଦ୍ୱାର ବନ୍ଧରେ ସଜା ଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି ଏଭଳି କାହିଁକି ସଜା ଯାଏ । ଏବଂ କେଉଁ କାରଣରୁ ଆମ୍ବ ପତ୍ରକୁ ଶୁଭ କୁହାଯାଇଥାଏ । ତେବେ ଆସନ୍ତୁ ଜାଣିବା ଆମ୍ବ ପତ୍ରର ଧାର୍ମିକ କାରଣ ବିଷୟରେ..
ଭାରତୀୟ ହିନ୍ଦୁ ସଂସ୍କୃତିରେ ଆମ୍ବ ଗଛର ଖୁବ୍ ମହତ୍ୱ ରହିଛି । କାରଣ ଏହି ଆମ୍ବ ଗଛର ଫଳ ବ୍ୟତୀତ ଡାଳ ଏବଂ ପତ୍ର ମଧ୍ୟ ବହୁତ ଲାଭକାରୀ ହୋଇଥାଏ । କୁହାଯାଏ ଆମ୍ବ କାଠକୁ ଘିଅ ସହିତ ଜଳାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ଭଗବାନ ଶ୍ରୀ ହନୁମାନଙ୍କର ପ୍ରିୟ ଫଳ ହେଉଛି ଆମ୍ବ । ସେଥିପାଇଁ ଯେଉଁଠି ଆମ୍ବ ପତ୍ର ଥାଏ ସେହିଠି ହନୁମାନଙ୍କର ବିଶେଷ କୃପା ରହିଥାଏ । ଶାସ୍ତ୍ରରେ ମଧ୍ୟ ଦ୍ୱାର ବନ୍ଧରେ ଆମ୍ବ ପତ୍ର ବାନ୍ଧିବାକୁ ଶୁଭ ବୋଲି କୁହାଯାଇଥାଏ । ସେଥିପାଇଁ ଘରର ଦ୍ୱାର ବନ୍ଧରେ ଆମ୍ବ ପତ୍ର ଟଙ୍ଗା ଯାଇଥାଏ । ଯଦି ଆପଣ ଘରର ପ୍ରବେଶ ସ୍ଥାନରେ ଆମ୍ବ ପତ୍ର ଟାଙ୍ଗୁଛନ୍ତି, ତେବେ ଯେଉଁ ବ୍ୟକ୍ତି ଘର ଭିତରକୁ ପ୍ରବେଶ କରିବେ ତାଙ୍କ ସହିତ ଘର ଭିତରକୁ ସକରାତ୍ମକ ଶକ୍ତି ଯାଇଥାଏ । ଏହାସହିତ ଯେତେବେଳେ ପବନ ଆମ୍ବ ପତ୍ରକୁ ସ୍ପର୍ଶ କରି ଘର ଭିତରେ ପଶିଥାଏ,ସେତେବେଳେ ବି ଘର ଭିତାକୁ ସକରାତ୍ମକ ଶକ୍ତି ଯାଇଥାଏ । ଏହାଦ୍ୱାରା ସର୍ବଦା ଘର ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଥାଏ ।