ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପର୍ଯ୍ୟନ୍ତ ଆପଣ ଧଳା ଏବଂ ହଳଦିଆ ରଙ୍ଗର କଉଡି ବିଷୟରେ ଜାଣିଥିବେ, କିନ୍ତୁ ଆପଣ ଜାଣିଛନ୍ତି କି ଲାଲ ରଙ୍ଗର କଉଡି ବିଷୟରେ । ଆଜ୍ଞା ହଁ ଲାଲ କଉଡି ଅତ୍ୟନ୍ତ ଦୁର୍ଲଭ । ସମୁଦ୍ର ଲହଡିରେ ଲକ୍ଷାଧିକ ଧଳା, ହଳଦିଆ କଉଡି ମଧ୍ୟରେ ଗୋଟେ କି ଦୁଇଟି ଲାଲ କଉଡି ଜାତ ହୋଇଥାଏ । ତନ୍ତ୍ର ଶାସ୍ତ୍ରରେ ଲାଲ କଉଡିର ଖୁବ୍ ମହତ୍ୱ ରହିଛି ଏବଂ ଏହ ଧନକୁ ଚୁମ୍ବକ ଭଳି ନିଜ ଆଡକୁ ଟାଣିଥାଏ । କୁହାଯାଏ କି ଯାହା ପାଖରେ ଲାଲ କଉଡି ଥାଏ ସେ ଖୁବ୍ ସାମ୍ରାଜ୍ୟପତି ହୋଇଥାନ୍ତି ଏବଂ ସେମାନଙ୍କ ପାଖରେ ଧନର ଅଭାବ ଦେଖାଦେଇନଥାଏ ।
ଯକ୍ଷରାଜ କୁବେରଙ୍କ ସିଂହାସନରେ ଲାଲ କଉଡି ରହିଛି ସେଥିପାଇଁ ଏହି କଉଡି ଧନକୁ ନିଜ ଆଡକୁ ଟାଣୁଥିବାର କୁହାଯାଏ । ଏହାସହିତ ତନ୍ତ୍ର ଶାସ୍ତ୍ର ପାଇଁ ଏହା ଅତ୍ୟନ୍ତ ଦୁର୍ଲଭ କଉଡି ଏବଂ ଏହାକୁ ବିଭିନ୍ନ ପ୍ରକାରର ପ୍ରୟୋଗ କରି ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇଥାଏ । ସେଥିପାଇଁ ପ୍ରଥମେ ଲାଲ କଉଡିକୁ ସୁଦ୍ଧ କରିବା ଉଚିତ୍ ।
ସେଥିପାଇଁ ଲାଲ କଉଡିକୁ ଦୀପାବଳୀ ରାତିରେ ଲକ୍ଷ୍ମୀଙ୍କ ତାନ୍ତ୍ରିକ ମନ୍ତ୍ର ଦ୍ୱାରା ସୁଦ୍ଧ କରାଯାଇ ହୋମ କରାଯାଏ । ତାପରେ ଯାଇ ପ୍ରୟୋଗ କରାଯାଏ । ଏହି ସୁଦ୍ଧ ଲାଲ କଉଡିକୁ ଲାଲ ରଙ୍ଗର ରେଶମୀ କପଡାରେ ବାନ୍ଧି ଘରର ଉତ୍ତର କୋଣରେ ରଖାଯାଇଥିବା ଆଲମିରାରେ ରଖିବା ଦ୍ୱାରା ବ୍ୟକ୍ତି ଧନବାନ୍ ହୋଇଥାନ୍ତି । ସେହିପରି ସାତୋଟି ଲାଲ କଉଡିକୁ ଅମାବାସ୍ୟା ରାତିରେ ୧୦୦୮ ଶ୍ରୀସୁକ୍ତ ପାଠ କରି ସୁଦ୍ଧ କରନ୍ତୁ ଏବଂ ଏହାପରେ ସେହି କଉଡି ଉପରେ କେସର ତିଲକ ଲଗାନ୍ତୁ ଏବଂ ଲାଲ କପଡାରେ ବାନ୍ଧି ଘରର ଉତ୍ତର କାନ୍ଥରେ ଟାଙ୍ଗି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଧନ ପରିପୂର୍ଣ୍ଣ ହୋଇ ରହିଥାଏ ।