ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅତ୍ୟନ୍ତ ପରିଶ୍ରମ କରିବା ପରେ ବି ବେଳେ ବେଳେ କୌଣସି ଫଳ ପ୍ରାପ୍ତ ହୋଇନଥାଏ । ଯେଉଁଥି ପାଇଁ ଆପଣଙ୍କୁ ଚିନ୍ତିତ ହେବାକୁ ପଡିଥାଏ । ଏହାସହିତ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ କିଛି ଲୋକ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଏହାପରେ ସମସ୍ୟାର ସମାଧାନ ହୋଇନଥାଏ । ଇତି ମଧ୍ୟରେ ଆଜି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ଲାଭକାରୀ ହୋଇପାରିବେ । ପାନପତ୍ର ବହୁତ ଶୀଘ୍ର ଆପଣଙ୍କୁ ଧନବାନ୍ କରାଇ ପାରିବ ।
– ଯଦି ଆପଣଙ୍କର ଆର୍ଥିକ ସମସ୍ୟା ଅଛି ତେବେ ମଙ୍ଗଳବାର ଦିନ ପାନ ପତ୍ରରେ ୭ଟି ଲବଙ୍ଗ ଲଗାଇ ଠାକୁରଙ୍କ ପାଖରେ ରଖିଦିଅନ୍ତୁ । ଏହାପରେ ପରବର୍ତ୍ତି ଦିନ ସେହି ପାନକୁ ପାଣିରେ ପ୍ରଭାହିତ କରିଦିଅନ୍ତୁ ।
– ଶନିବାର ଦିନ ପାନପତ୍ରକୁ ଶନିମନ୍ଦିରରେ ଶନିଦେବଙ୍କୁ ଅର୍ପଣ କରନ୍ତୁ ଏବଂ ରବିବାର ଦିନ ସେହି ପାନକୁ ନିଆଁରେ ଜଳାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଧନ ପ୍ରାପ୍ତିର ମାର୍ଗ ସଶକ୍ତ ହୋଇଥାଏ ।
– ସୋମବାର ଦିନ ଘରେ କର୍ପୂର ଧୂଆଁ ଦିଅନ୍ତୁ, ଏହାଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
– ପାନ ପତ୍ରରେ ଗଙ୍ଗା ଜଳ ଚିଞ୍ଚି ସେଥିରେ ଚନ୍ଦନରେ ଶ୍ୱସ୍ତିକ ତିଆରି କରି ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କଠାରେ ଅର୍ପଣ କରନ୍ତୁ । ଏହାପରେ ସେହି ପତ୍ରକୁ ସନ୍ଧ୍ୟାରେ ନେଇ ଆପଣଙ୍କ ପର୍ସରେ ରଖନ୍ତୁ ।
– ପାନ ପତ୍ରରେ ଶ୍ୱସ୍ତିକ କରି ପୂଜାକରନ୍ତୁ ଏବଂ ବିଷ୍ଣୁଙ୍କ ମନ୍ତ୍ର ଜପନ୍ତୁ । ଏହାପରେ ସେହି ପତ୍ରକୁ ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ । ଏଭଳି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
– ସେହିପରି ପାନ ପତ୍ରରେ ଓଁ ଲେଖି ଦୁର୍ଗା ମା’ଙ୍କ ଚରଣରେ ରଖି ଦିଅନ୍ତୁ । ଏହାପରେ ଦୁର୍ଗାଙ୍କ ସ୍ତୁତି ବା ଚାଳିଶା ପାଠ କରନ୍ତୁ ।
– ରବିବାର ଦିନ ମନ୍ଦିରରେ ପାନ ପତ୍ର ଦାନ କରିବା ଦ୍ୱାରା ପୂର୍ବରୁ ଅଟକି ଥିବା ସମସ୍ତ କାର୍ଯ୍ୟ ପୂରା ହୋଇଥାଏ ।
– ପାରିବାରିକ ସମ୍ବନ୍ଧରେ ସୁଧାର ଆଣିବା ପାଇଁ ଗଣେଶ ଭଗବାନଙ୍କ ପାଖରେ ପାନ ପତ୍ର ଅର୍ପଣ କରନ୍ତୁ । ଏହାଦ୍ୱାରା ପାରିବାରିକ କଳହ ଦୂର ହେବା ସହ ଖୁସୀର ଲହରୀ ଖେଳି ଉଠିଥାଏ ।