ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ଦିନ । ଏହି ଦିନ ହନୁମାନଙ୍କ ପୂଜାର୍ଚ୍ଚନା କରିବା ଶୁଭ ହୋଇଥାଏ । କୁହାଯାଏ ଯେକୌଣସି ମନସ୍କାମନା ପୁରଣ ପାଇଁ ମହାବଳୀ ହନୁମାନଙ୍କର ବିଶେଷ ପୂଜାର୍ଚ୍ଚନାର ବିଧି ରହିଛି । । ଯଦି କୌଣସି ବ୍ୟକ୍ତିଙ୍କ ଜୀବନରେ ବାରମ୍ବାର ବାଧାବିଘ୍ନ ଲାଗି ରହୁଛି ବା ଧନ ହାନି ହେଉଛି ତେବେ ସେଥିପାଇଁ ଆସନ୍ତୁ ଜାଣିବା ମଙ୍ଗଳବାର ଉପାୟ ବିଷୟରେ । ସେହି ଉପାୟ ଅବଲମ୍ବନ କରିବା ଦ୍ୱାରା ହନୁମାନଙ୍କ କୃପା ଲାଭ ହୋଇଥାଏ ।
ମଙ୍ଗଳବାର ଦିନ ସୂର୍ଯ୍ୟାସ୍ତ ପରେ ହନୁମାନ ମନ୍ଦିରରେ ବସି ଓଁ ରାମଦୂତାୟ ନମଃ ମନ୍ତ୍ରକୁ ୧୦୮ ଥର ଜପନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।
ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରି ସାରିବା ପରେ ସୁନ୍ଦରାକାଣ୍ଡ ଏବଂ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବଜରଙ୍ଗବାଲି ପ୍ରସନ୍ନ ହୋଇଥାନ୍ତି । ଏହାସହିତ ସମସ୍ତ ଜଣା-ଅଜଣା ପାପରୁ ମୁକ୍ତି ଦେଇଥାନ୍ତି ।
ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ ସୋରିଷ ତେଲ ଦୀପ ଜଳାଇ, ସେଥିରେ ୨ଟି ଲବଙ୍ଗ ପକାଇ ଦିଅନ୍ତୁ । ଏହାଦ୍ୱାରା ସମସ୍ତ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । ସେହିପରି ସୂର୍ଯ୍ୟାସ୍ତ ପରେ ହନୁମାନଙ୍କୁ ସିନ୍ଦୁର ଏବଂ ଚମେଲି ତେଲ ଚଢାଇବା ଦ୍ୱାରା ଭାଗ୍ୟ ଉଦୟ ହୋଇଥାଏ । ଅନ୍ୟପଟେ ହନୁମାନ ମନ୍ଦିରରେ ଗାଈ ଘିଅରେ ୫ଟି ବତି ବିଶିଷ୍ଟ ଦୀପ ଜଳାଇବା ଦ୍ୱାରା ଶତ୍ରୁଙ୍କ ଠାରୁ ବିଜୟ ପ୍ରାପ୍ତି ହୋଇଥାଏ ।
ମଙ୍ଗଳବାର ଦିନ କୌଣସି ହନୁମାନ ମନ୍ଦିର ଉପରେ ଲାଲ ପତାକା ଲଗାଇବା ଦ୍ୱାରା ଜୀବନରେ ସମସ୍ତ ସଙ୍କଟ ଦୂର ହୋଇଥାଏ । ସେହିପରି ଗମ୍ଭୀର ରୋଗରୁ ମୁକ୍ତି ପାଇବାକୁ ହେଲେ , ଯେକୌଣସି ରୋଗରେ ପଡିଥିବା ଗରିବ ବ୍ୟକ୍ତିଙ୍କୁ ଔଷଧ ଦାନ କରନ୍ତୁ ।