ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣମାନେ ସମସ୍ତେ ଜାଣିଛନ୍ତି ବ୍ରହ୍ମାଣ୍ଡର ସବୁଠାରୁ ଶକ୍ତିଶାଳୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ । ଜ୍ୟୋତିଷ ଶାସ୍ତ୍ରରେ ବି ସୂର୍ଯ୍ୟ ଗ୍ରହକୁ ପ୍ରମୁଖ ଗ୍ରହ ବୋଲି କୁହାଯାଇଥାଏ । ଯଦି କୌଣସି ଜାତକରେ ଗ୍ରହ ଖରାପ ସ୍ଥିତିରେ ରହିଥାନ୍ତି ତେବେ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଏହାସହିତ ଅନେକ ଲୋକଙ୍କ ଜାତକରେ ସୂର୍ଯ୍ୟ ଅଶାନ୍ତ ରହିଥାନ୍ତି । ପ୍ରତ୍ୟେକ ଭାବରେ ସୂର୍ଯ୍ୟଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଜାତକରେ ସୂର୍ଯ୍ୟ ଦଶମ ସ୍ଥାନରେ ରହିଥାନ୍ତି , ସେହି ବ୍ୟକ୍ତିଙ୍କ ଜୀବନରେ ମିଶ୍ରିତ ଫଳ ପ୍ରାପ୍ତି ହୋଇଥାଏ । ସବୁଠାରୁ ବଡ କଥା ହେଉଛି ସୂର୍ଯ୍ୟଙ୍କ ଯୋଗୁଁ ଆର୍ଥିକ ସ୍ଥିତି ତଥା ସ୍ୱାସ୍ଥ୍ୟ ଏବଂ ଆନନ୍ଦ ନିର୍ଦ୍ଧାରିତ ହୋଇଥାଏ । ଏହାସହିତ ସେମାନଙ୍କର ସରକାରୀ ଚାକିରୀରେ ସଫଳତା ପ୍ରାପ୍ତି ହୋଇଥାଏ । ଦଶମ ସ୍ଥାନରେ ସୂର୍ଯ୍ୟଙ୍କ ସ୍ଥିତି ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଏବଂ ବନ୍ଧୁଙ୍କ ମଧ୍ୟରେ ଖୁବ୍ ସମସ୍ୟା ପ୍ରାପ୍ତ କରିଥାଏ । ଏହାସହିତ ବ୍ୟକ୍ତିଙ୍କୁ ଦୟାବାନ କରିଦେଇଥାଏ ।
ଯଦି କୌଣସି ଜାତକର ନବମ ସ୍ଥାନରେ ସୂର୍ଯ୍ୟ ଗ୍ରହ ଏବଂ ୫ମ ସ୍ଥାନରେ ବୁଧଗ୍ରହ ରହିଥାନ୍ତି । ସେହି ବ୍ୟକ୍ତି ୩୪ ବର୍ଷ ବୟସରେ ଆନନ୍ଦ ପ୍ରାପ୍ତ କରିଥାନ୍ତି । ହୁଏତ ଏହି ଫଳ ସାମାନ୍ୟ ମିଶ୍ରିତ ହୋଇଥାଏ ଏବଂ ଅନେକ ଥର ନକରାତ୍ମକ ପରିଣାମ ବି ପ୍ରାପ୍ତ କରିଥାଏ ।
ଯଦି ଜାତକର ୪ର୍ଥ ସ୍ଥାନରେ କୌଣସି ଗ୍ରହ ରହିନଥାନ୍ତି,ତେବେ ସେହି ବ୍ୟକ୍ତିଙ୍କର ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ ନାହିଁ ଏବଂ ସେହି ବ୍ୟକ୍ତି ଖାଲି ବସିକି ରହିଥାନ୍ତି । କୌଣସି ପ୍ରକାରର ପ୍ରୟାସ ବି କରନ୍ତି ନାହିଁ, ଯେଉଁଥି ପାଇଁ ତାଙ୍କୁ ଅନୁକୂଳ ପରିଣାମ ପ୍ରାପ୍ତ ହୋଇନଥାଏ । ଏହାସହିତ ପାରିବାରିକ କ୍ଷେତ୍ରରେ ବି ସହଯୋଗ ମିଳିନଥାଏ । ସର୍ବଦା ସଂର୍ଘର୍ଷ ତିଥି ବଳବତ୍ତର ହୋଇ ରହିଥାଏ । ଏହି ସମସ୍ତ ନକରାତ୍ମକ ପରିଣାମକୁ ଦୂର କରିବା ପାଇଁ କିଛି ଉପାୟ କରିବା ଉଚିତ୍ ।
ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ନିୟମିତ ରୁପେ କୌଣସି ଏକ ନଦୀରେ ତମ୍ବା କଏନ ପ୍ରାବହ କରିବା ଉଚିତ୍ । ଏହାସହିତ ଆମିଷ ଏବଂ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ୍ । ଏହାସହିତ କଳା ଏବଂ ନୀଳ ରଙ୍ଗ ବସ୍ତ୍ରର ବ୍ୟବହାର କମ କରନ୍ତୁ । ସେହିପରି ଯଦି ଆପଣ ଚାନ୍ଦୀ ଦାନ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉପକାରୀ ହେବ । ଏହା ଆପଣଙ୍କ ରାଗକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହେବ ।
ଏହାସହିତ ଜାତକରେ ସୂର୍ଯ୍ୟଙ୍କୁ ଶାନ୍ତି କରିବାକୁ ହେଲେ ପ୍ରାତଃ ସ୍ନାନ କରିବା ପରେ ସୂର୍ଯ୍ୟଦେବଙ୍କଚ ଜଳ ଅର୍ପଣ କରନ୍ତୁ । ଏହାପରେ ସୂର୍ଯ୍ୟଙ୍କ ସମ୍ବନ୍ଧିତ ବସ୍ତୁ ଦାନ କରିବା, ହୋମ, ମନ୍ତ୍ର ଜପିବା , ସୂର୍ଯ୍ୟ ଯନ୍ତ୍ର ସ୍ଥାପନା କରିବା ଆଦି ନିହାତି କରିବା ଉଚିତ୍ ।