(ଏଟିଆର ବ୍ୟୁରୋ): ଓଡିଆ ଘରର ସଧବା ନାରୀମାନଙ୍କର ଏକ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ଓଷା । ଆସନ୍ତା କାଲି ଓଡିଶାରେ ଏହି ସାବିତ୍ରୀ ବ୍ରତ ପାଳନ ହେବାକୁ ଯାଉଛି । ଏହି ବ୍ରତରେ ଓଡିଆ ଘରର ସଧବା ନାରୀ ମାନେ ସେମାନଙ୍କ ପତୀଙ୍କ ଶୁଭ ମନାସୀ ବା ଦୀର୍ଘ ଆୟୁଶ କାମନା କରି ବ୍ରତ ରଖିଥାନ୍ତି । ସବୁ ନାରୀଙ୍କ ଇଛା ଥାଏ ସାବିତ୍ରୀଙ୍କ ଭଳି ସଦା ସର୍ବଦା ସଧବା ହୋଇ ରହିବା ପାଇଁ, ସେଥିପାଇଁ ଏହି ବ୍ରତକୁ ଖୁବ୍ ନିଷ୍ଠା ର ସହ ପାଳନ କରିଥାନ୍ତି ସଧବା ନାରୀମାନେ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ବ୍ରତର ପୂଜାରେ ନାରୀମାନେ କେଉଁ ସବୁ ଜିନିଷ ବ୍ୟବହାର କରିଥାନ୍ତି । ଏବଂ ଏହାର ମାହାତ୍ମ୍ୟ କ’ଣ ରହିଛି?ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ ସବୁ ଜିନିଷ ବ୍ୟବହାର କରାଯାଏ ଏବଂ ଏହାର ମାହାତ୍ମ୍ୟ ।
ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଏହି ଓଷା ପାଳନ କରାଯାଇଥାଏ । ଏହା ସଧବା ନାରୀମାନଙ୍କର ମହତ୍ୱପୂର୍ଣ୍ଣ ପର୍ବ । ଏହି ଦିନ ସତ୍ୟବାନ ସାବିତ୍ରୀ ତଥା ଯମରାଜଙ୍କ ପୂଜା କରାଯାଇଥାଏ । ପୌରାଣିକ କଥା ଅନୁଯାୟୀ ସାବିତ୍ରୀ ଏହି ବ୍ରତ ପାଳନ କରି ମୃତ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଥିଲେ । ସେହିଦିନ ଠାରୁ ପାଳନ କରାଯାଉଛି ସାବିତ୍ରୀ ବ୍ରତ । ସେଥିପାଇଁ ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜ ପତୀଙ୍କ ରକ୍ଷା କରିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି । ଏହି ଦିନ ସଧବା ନାରୀମାନେ ସକାଳୁ ଉଠି ସ୍ନାନ ଶଉଚ ସାରି, ନୂଆ ଶାଢୀ ପିନ୍ଧି ପୂଜା ସାମଗ୍ରୀ ଏବଂ ଫଳ ମୂଳ ଧରି ମା’ସାବିତ୍ରୀଙ୍କୁ ପୂଜିବା ଲାଗି ବାହାରିଥାନ୍ତି । ସେହି ପୂଜା ପାଇଁ ଯେଉଁ ସବୁ ସାମଗ୍ରୀ ବ୍ୟବହାର କରାଯାଏ ସେଗୁଡିକ ହେଲା:-ବ୍ରତ,ଲାଲ ରଙ୍ଗର ଶାଢ଼ୀ, ଶଙ୍ଖା, ଅଳତା, ସିନ୍ଦୁର,ପାନିଆ,ଦର୍ପଣ,ଦୁବ, ବରକୋଳି ପତ୍ର ଫୁଲ ଆଦି । ଏବଂ ଭୋଗ ପାଇଁ ବିଭିନ୍ନ ପ୍ରକାରର ଫଳ ବ୍ୟବହାର କରାଯାଇଥାଏ । ଯେପରିକି ନଡିଆ, ଆମ୍ବ, ପଣସ, କଦଳୀ, ସପୁରୀ,ଲିଚୁକୋଳି ଆଦି ।
ଏହି ସବୁ ପୂଜା ସାମଗ୍ରୀ ଜଣେ ବିବାହିତା ନାରୀର ପ୍ରତୀକ । ଯେତେବେଳେ ଝିଅଟି ବୋହୁ ହୋଇକି ଶାଶୁ ଘରକୁ ଯାଏ ସେତେବେଳେ ସେ ଲାଲ ରଙ୍ଗର ସମସ୍ତ ଜିନିଷ ପିନ୍ଧିଥାଏ । କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭତାର ପ୍ରତୀକ । ସେଥିପାଇଁ ସଧବା ନାରୀ ସର୍ବଦା ମଥାରେ ଲାଲ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ପତୀଙ୍କ ଶୁଭ ମନାସୀ ବିପଦରୁ ରକ୍ଷା କରିବା ପାଇଁ ଢାଲ ହୋଇ ରହିଥାନ୍ତି ।