ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପୂଜା-ପାଠ ଏବଂ ବ୍ରତ ଉପବାସର ବିଶେଷ ମହତ୍ୱ ରହିଛି । ପୂଜା-ପାଠର ଅର୍ଥ କେବଳ ଭଗବାନଙ୍କ ସ୍ତୁତି କରି ପ୍ରସନ୍ନ କରିବା ତାହା ନୁହେଁ, ବରଂ ଏହା ମନର ଶାନ୍ତି ସମେତ ଚାରିଆଡେ ସକରାତ୍ମକ ଶକ୍ତି ବଳବତ୍ତର ରଖିବା ପାଇଁ ପୂଜା-ପାଠ ଖୁବ୍ ମହତ୍ୱପୂର୍ଣ୍ଣ । ମାତ୍ର ପୂଜା କରିବା ସମୟରେ ଏଭଳି କିଛି କଥା ରହିଛି, ଯାହାକୁ ପାଳନ କରିବା ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କୁ ସେହି ନିୟମ ବିଷୟରେ କହିବାକୁ ଯାଉଛୁ..
ଭଗବାନଙ୍କ ସାମ୍ନାରେ ବା ପୂଜାରେ ସାମିଲ ହେବା ବେଳେ ଦୁଇ ହାତକୁ ଶକ୍ତ ଭାବେ ଯୋଡି ପ୍ରଣାମ କରିବା ଉଚିତ୍ । ଏଥିରୁ ଜଣାପଡେ ଯେ ଆପଣ ସମ୍ପୂର୍ଣ୍ଣ ସକରାତ୍ମକ ଶକ୍ତି ସହିତ ଭଗବାନଙ୍କୁ ଧନ୍ୟବାଦ କରୁଛନ୍ତି । ପ୍ରଣାମ କରିବା ପରେ ଦୁଇ ହାତକୁ ମଥାରେ ଲଗାଇବା ପାଇଁ ଭୁଲନ୍ତୁ ନାହିଁ ।
ଭଗବାନଙ୍କ ନିକଟରେ ଜପ କରିବା ସମୟରେ ଜୋରରେ ମନ୍ତ୍ର ଉଚ୍ଚାରଣ କରନ୍ତୁ ନାହିଁ, ମନେ ମନେ ଜପନ୍ତୁ । ଏହାକୁ ଅପାଂଶୁ ଜପ କୁହାଯାଇଥାଏ । ଏଭଳି ଜପ ଦ୍ୱାରା ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ସବୁଠାରୁ ବଡ କଥା ହେଉଛି ବିନା ସ୍ନାନ କରି କଦାପି ତୁଳସୀ ପତ୍ର ଛିଡାନ୍ତୁ ନାହିଁ । ଏହାସହିତ ତୁଳସୀ ଛିଡାଇବା ସମୟରେ ନଖ ବ୍ୟବହାର କରନ୍ତୁ ନାହିଁ । ଏହାବ୍ୟତିତ ସଂକ୍ରାନ୍ତି, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଏବଂ ରବିବାର ଦିନ ତୁଳସୀ ପତ୍ର ଛିଡାନ୍ତୁ ନାହିଁ ।