ସମ୍ବଲପୁର ( ଏଟିଆର ବ୍ୟୁରୋ): ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ସମ୍ବଲପୁର । ଆଜି ରାତିରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ମା ପାର୍ବତୀ ଓ ଶିବଙ୍କର ବିବାହ ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ, ବରପକ୍ଷ ଦେବୀ ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ଭୋଳାବାବାଙ୍କ ଗୁଣଗ୍ରାମ ବିଷୟରେ କନ୍ୟାପକ୍ଷଙ୍କୁ ଅବଗତ କରାଇଥିଲେ। ଶେଷରେ କନ୍ୟାପକ୍ଷ ସହମତ ହେବା ପରେ ସର୍ଗି ପତ୍ର ବିଡା ଦେଇ ବିବାହ ପାଇଁ ନିର୍ବନ୍ଧ ପକ୍କା କରାଯାଇଥିଲା।
ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁୁତି ଚୂଡାନ୍ତ ପର୍ଯ୍ୟାୟ ପହଞ୍ଚିଛି । ଗତକାଲି ଝାଡୁଆପଡା , ମୁଦିପଡା ଓ ବଡଜାର ପୂଜା କମିଟି ପକ୍ଷରୁ ହନୁମାନଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିଭଳି ମୁଦିପଡା ପୂଜା କମିଟି ପକ୍ଷରୁ ୫୦୦ ମହିଳା ହଳଦୀ ଲଗାଇବାର ପରମ୍ପରା ରହିଛି । ଆଜି ରାତ୍ରିରେ ବରଯାତ୍ରା ଆରମ୍ବ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସକାଳେ ବିବାହ ଦେବ ଦମ୍ପତିଙ୍କର ବିବାହ ଅନୁଷ୍ଠିତ ହେବ । ସମ୍ଭଲପୁରରେ ରାତି ସାରା ଭିଡ ରହିବ । ପ୍ରଶାସନ ପକ୍ଷରୁ ମଧ୍ୟ ଏଥିନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।