ପୁରୀ (ଏଟିଆର ବ୍ୟୁରୋ): ଆଜି ଆଡପ ମଣ୍ଡପରେ ଚତୁର୍ଦ୍ଧାମୂରତିଙ୍କ ସନ୍ଧ୍ୟା ଦର୍ଶନ । ନବଦିନାତ୍ମକ ଯାତ୍ରାର ଆଜି ଶେଷ ଦର୍ଶନ । କିନ୍ତୁ ଚଳିତବର୍ଷ ବିନା ଭକ୍ତରେ ହେବ ଚତୁର୍ଦ୍ଧାମୁରତିଙ୍କ ସନ୍ଧ୍ୟା ଦର୍ଶନ । ପ୍ରତ୍ୟେକବର୍ଷ ସନ୍ଧ୍ୟାଦର୍ଶନରେ ଭକ୍ତଙ୍କ ସମାଗମ ହୋଇଥାଏ । ମାତ୍ରା କରୋନା କଟକଣା ପାଇଁ ବିନା ଭକ୍ତରେ ହେବ ସନ୍ଧ୍ୟା ଦର୍ଶନ ନୀତି ।
ସନ୍ଧ୍ୟା ଦର୍ଶନ ନୀତି ସନ୍ଧ୍ୟା ୭ ସୁଧା ସରିବା ପରେ ଆରମ୍ଭ ହୋଇଯିବ ବାହୁଡା ଯାତ୍ରାର ପ୍ରସ୍ତୁତି । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୁରତି । ଶ୍ରୀଗୁଣ୍ଡିଚା ଯାତ୍ରାର ନୀତି ଭଳି ବାହୁଡା ଯାତ୍ରାର ସମସ୍ତ ନୀତିକାନ୍ତି ସଅଳ କରିବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।
ସକାଳ ୮ ଟାରୁ ୧୦ ଟା ମଧ୍ୟରେ ଚତୁର୍ଦ୍ଧାମୂରତିଙ୍କ ବାହୁଡା ପହଣ୍ଡି , ୧୦ଟା ୩୦ ରୁ ୧୧ ଟା ୩୦ ମଧ୍ୟରେ ଛେରାପହଁରା ନୀତି ନିର୍ଘଣ୍ଟ ହୋଇଥିବା ବେଳେ ମଧ୍ୟାହ୍ନ ୧୨ ଟାରେ ରଥଟଣା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି ।