ପୁରୀ (ଏଟିଆର ବ୍ୟୁରୋ): ଜନ୍ମବେଦୀରେ ସରି ସରି ଆସୁଛି ଶ୍ରୀଜିଉଙ୍କ ଲୀଳା ଖେଳା । ନବଦିନାତ୍ମକ ଯାତ୍ରାର ଆଜି ନବମୀ ବା ସନ୍ଧ୍ୟା ଦର୍ଶନ । ମହାମାରୀ କରୋନା ପାଇଁ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ସନ୍ଧ୍ୟା ଦର୍ଶନ । ଆଜି ମିଳିବ ଶେଷ ଆଡପ ଅଭଡା ।ରାତି ୧୦ ଟା ଭିତରେ ସନ୍ଧ୍ୟା ଦର୍ଶନ ସରିବା ପରେ । ଏହାପରେ ଆରମ୍ଭ ହେବ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି । ଆସନ୍ତାକାଲି ଦଶମି ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ଶ୍ରୀଜିଉ ।
ସେହିପରି ବାହୁଡା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ସମସ୍ତ ନୀତିକାନ୍ତି ଓ ପହଣ୍ଡି ପରେ ଦିନ ୧୨ଟାରେ ହେବ ରଥଟଣା । ୨୧ ତାରିଖରେ ରଥ ଉପରେ ସୁନାବେଶ, ଜୁଲାଇ ୨୨ରେ ଅଧରପଣା ଓ ୨୩ ତାରିଖରେ ନୀଳାଦ୍ରି ବିଜେ ରହିଛି ।