ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ଶନିବାର ହେଉଛି ଶନିଦେବଙ୍କ ଦିନ । ଏହିଦିନ ଶନିଦେବଙ୍କୁ ପୂଜା କରିବାର ବିଧି ରହିଛି । ଏହିଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରାଯାଇଥାଏ । ଓସ୍ତ ଗଛ ମୂଳେ ସୋରିଷ ତେଲର ଦୀପ ଜଳାଯାଇଥାଏ । କାରଣ ଶନିବାର ଶନିଦେବଙ୍କୁ ତେଲ ଚଢାଇବା ଶୁଭ ହୋଇଥାଏ ।
ସେହିପରି ହିନ୍ଦୁ ଧର୍ମରେ ଦାନର ବିଶେଷ ମହତ୍ୱ ରହିଛି । ଯଦି କୌଣସି ଭକ୍ତ ଶନିବାର ଦିନ ବ୍ରତ ରଖି ଶନିଦେବଙ୍କୁ ବିଧି ବିଧାନ ସହ ପୂଜା କରିବା ପରେ ଗରିବ ତଥା ଭିକାରିଙ୍କୁ ସୋରିଶ ତେଲ, ଭୋଜନ ଆଦି ଦାନ କରିବେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଧାର୍ମିକ ମାନ୍ୟତାନୁସାରେ ଏହିଦିନ ଦାନ କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।