ଭୁବନେଶ୍ୱର (ଏଟଇଆର ବ୍ୟୁରୋ): ଚାଲିଛି ପୌଷ ମାସ । ପୌଷ ମାସ କୃଷଣ ପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ ବୋଲି କୁହାଯାଏ । ସେହିପରି ଆଜି ହେଉଛି ସଫଳା ଏକାଦଶୀ । ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କର ପ୍ରିୟ ଅଟେ । ଏହି ଏକାଦଶୀ ବ୍ରତ ରଖିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ଏହାସହିତ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ଏହି ବ୍ରତ ଯେଉଁମାନେ ରଖି ପାରିବେନି ସେମାନେ ସାତ୍ୱିକ ଖାଦ୍ୟ ଭୋଜନ କରିବା ଉଚିତ୍ । ମଦ, ମାଂସଠୁ ଦୂରେଇ ରହିବା ଉଚିତ୍ ।
ସଫଳା ଏକାଦଶୀରେ ଚାଉଳ ରେ ତିଆରି ଜିନିଷ ସେବନ କରିବା ଉଚିତ୍ ନୁହେଁ ।
ଏକାଦଶରେ ହାଲୁକା ରଙ୍ଗର ବସ୍ତ୍ର ଯେପରକି ହଳିଆ, କେସର, ଏବଂ ନାରଙ୍ଗୀ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।
ଏକାଦଶୀରେ ମନ୍ଦିରରେ ପୂଜା ସାମଗ୍ରୀ ଦାନ କରିବା ସହ କୌଣସି ଅସହାୟକୁ ଜରୁରୀ ଜିନିଷ ଦାନ କରିବା ଉଚିତ୍ ।
ଭଗବାନ ବିଷ୍ଣୁଙ୍କ ପ୍ରିୟ ହେଉଛି ହଳଦିଆ ରଙ୍ଗ । ସେଥିପାଇଁ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ମିଠା ଭୋଗ ଲଗାଇବା ଉଚିତ୍ ।