ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୌରାଣିକ ମାନ୍ୟତାନୁସାରେ ଶନିଦେବ ସ୍ୱୟଂ ଭଗବାନ ଶିବଙ୍କ ଆରାଧକ । ସେଥିପାଇଁ ଶ୍ରାବଣ ଶନିବାରେ ଭଗବାନ ଶିବଙ୍କ ପୂଜା କରିବା ଦ୍ୱାରା ସାଢେସାତୀ ଶନିର ଦୁଷ୍ପ୍ରଭାବରୁ ରକ୍ଷା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ଶନିବାରେ କିଛି ଉପାୟ ବିଷୟରେ
ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଙ୍କ ସାଢେସାତୀ ପ୍ରଭାବ ପଡିଥିବ ସେମାନେ ଶ୍ରାବଣ ଶନିବାରେ ଶିବଲିଙ୍ଗ ଉପରେ ଜଳ ଏବଂ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ଶନିଙ୍କ ଦୁଷ୍ପ୍ରଭାବ କମ ହୋଇଥାଏ ।
ଶ୍ରାବଣ ଶନିବାରେ ଶିବ ମନ୍ଦିରରେ ସୋରିଷ ତେଲରେ ଦୀପ ଜାଳି ଶନି ଚାଳିଶା ପାଠ କରିବା ଦ୍ୱାରା ଶନି ମହାଦଶାରୁ ମୁକ୍ତି ମିଳିଥାଏ ।
ଶ୍ରାବଣ ମାସର ପ୍ରତ୍ୟେକ ଶନିବାର ଶିବ ମନ୍ଦିରରେ ରୁଦ୍ରାକ୍ଷ ମାଳାରେ ଶନିଦେବଙ୍କ ମନ୍ତ୍ର ଜପିବା ଦ୍ୱାରା ଶନି ଦୋଷରୁ ମୁକ୍ତି ମିଳିଥାଏ ।
ହନୁମାନଙ୍କୁ ମଧ୍ୟ ରୁଦ୍ରବତାର ଭାବେ ବିବେଚନା କରାଯାଏ, ତାଙ୍କୁ ପୂଜା କରିବା ଏବଂ ଶନିବାର ଦିନ ହନୁମାନ ଙ୍କୁ ଚୋଲା ଅର୍ପଣ କରିବା ଦ୍ୱାରା ଶନି ଦେବଙ୍କର ଖରାପ ପ୍ରଭାବ କମିଯାଏ ।
– ଶନିବାର ଦିନ କଳା କପଡା, କଳା ଜିରା, ଲୁହା କିମ୍ବା ସୋରିଷ ତେଲ ଦାନ କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି ।
ଶନିବାର ଦିନ କଳା ରଙ୍ଗର ବସ୍ତ୍ର ଧାରଣ କରି ଶିବଙ୍କୁ ପୂଜା କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଶନିଦେବଙ୍କ ଖରାପ ଦୃଷ୍ଟି ପଡେ ନାହିଁ ।