ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ସୋମବାରର ବିଶେଷ ମହତ୍ୱ ରହିଛି । ଆଜି ହେଉଛି ଶ୍ରାବଣ ତୃତୀୟ ସୋମବାର । ଏହିଦିନ ବ୍ରତ ରଖିବା , ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଶିବଶଙ୍କର ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି ।
ଭୋଳାଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଏବଂ ପୂଜା ସହିତ ଶ୍ରାବଣ ମାସର କିଛି ଉପାୟ କରିବା ଉଚିତ୍ ଉଚିତ୍ । ତେବେ ଆସନ୍ତୁ ଜାଣିବା..
– ଶ୍ରାବଣ ସୋମବାରେ ଭଗବାନ ଶିବଙ୍କ ପୂଜା ରାହୁକାଳରେ କରିବା ଉଚିତ୍ ନୁହେଁ । ବରଂ ଶିବଙ୍କ ଆରାଧନା ଅଭିଜିତ ମୁହୂର୍ତ୍ତରେ କରିବା ସବୁଠାରୁ ଲାଭଦାୟୀ ହୋଇଥାଏ ।
– ଶ୍ରାବଣ ସୋମବାରେ ପୂଜା କରିବା ପରେ ଭଗବାନ ଶିବଙ୍କୁ ଶୁଦ୍ଧ ଘିଅ ଏବଂ ଚିନି ଭୋଗ ଲଗାନ୍ତୁ । ଏଭଳି କରିବା ଦ୍ୱାରା ଘରେ କଦାପି ଧନ-ଧାନ୍ୟର ଅଭାବ ହେବ ନାହିଁ ।
– ସୋମବାରେ ଭଗବାନ ଶିବଙ୍କ ସହିତ ନନ୍ଦୀଙ୍କୁ ମଧ୍ୟ ଖୀର ଏବଂ ଜଳ ଚଢାଇବା ଉଚିତ୍ । ଏଭଳି କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ କୌଣସି ବାଧା ଉପୁଜିବ ନାହିଁ ।
– ମହାଦେବଙ୍କୁ ବେଲପତ୍ର ସମେତ ସମିପତ୍ର ମଧ୍ୟ ଚଢାଇବା ଉଚିତ୍ । ଏହାଦ୍ୱାରା ସମସ୍ତ କଷ୍ଟ ଏବଂ ସଙ୍କଟ ଦୂର ହୋଇଥାଏ । ଏହାସହିତ ଶନିଦେବଙ୍କ ଖରାପ ପ୍ରଭାବ ମଧ୍ୟ ପଡିବ ନାହିଁ ।
– ଭଗବାନ ଶିବଙ୍କୁ ଲାଲ କନିଆର ଏବଂ ଚମେଲି ଫୁଲ ଚଢାଇବା ଉଚିତ୍ ।
– ଶ୍ରାବଣ ସୋମବାରେ ଭଗବାନ ଶିବଙ୍କ ସହିତ ମାତା ପାର୍ବତୀଙ୍କୁ ମଧ୍ୟ ପୂଜିବା ଉଚିତ୍ । ଏହାଦ୍ୱାରା ଘରେ ସୁଖ-ସମୃଦ୍ଧି ବଳବତ୍ତର ରହିଥାଏ । ଜୀବନରେ ସମସ୍ତ ବାଧା ଦୂର ହୋଇଥାଏ ।