ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୋଳାନାଥଙ୍କ ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଭୋଳାନାଥଙ୍କୁ ପୂଜା କରିବାର ଅତି ଉତ୍ତମ ମାସ ବୋଲି କୁହାଯାଏ । ପୁରା ମାସ ସାରା ମହାଦେବଙ୍କୁ ବିଧି ବିଧାନ ସହ ପୂଜା କରାଯାଇଥାଏ । କିନ୍ତୁ ଚଳିତ ଥର ଶ୍ରାବଣ ମାସର ଖାସ୍ ମହତ୍ୱ ରହିଛି । କାରଣ ଏଥର ଗୋଟେ ମାସ ନୁହେଁ ଦୁଇ ମାସ ଯାଏଁ ପଡୁଛି ଶ୍ରାବଣ । ଅର୍ଥାତ ଏଥର ଭୋଳାନାଥଙ୍କ ଭକ୍ତଙ୍କୁ ୪ ସୋମବାର ବଦଳରେ ୮ ସୋମବାର ପାଳିବାକୁ ପଡିବ । ଦୀର୍ଘ ୧୯ ବର୍ଷ ପରେ ପଡୁଛି ଏଭଳି ଦୁର୍ଲଭ ସଂଯୋଗ । ତେବେ ଆସନ୍ତୁ ଜାଣିବା କେବେଠୁ ଆରମ୍ଭ ହେଉଛି ଶ୍ରାବଣ ଏବଂ ଶୁଭ ସଂଯୋଗ ।
୪ ଜୁଲାଇ ୨୦୨୩ ରୁ ଶ୍ରାବଣ ମାସ ଆରମ୍ଭ ହୋଇ ୩୧ ଅଗଷ୍ଟ ୨୦୨୩ ରେ ଶେଷ ହେବ । ବାସ୍ତବରେ ବୈଦିକ ପଞ୍ଚାଙ୍ଗର ଗଣନା ସୌର ମାସ ଏବଂ ଚନ୍ଦ୍ର ମାସର ଆଧାରରେ କରାଯାଇଥାଏ । ୩୫୪ ଦିନ ଚନ୍ଦ୍ର ମାସ ସେହିପରି ୩୬୫ ଦିନ ସୌର ମାସ ହୋଇଥାଏ । ଦୁଇଟି ମଧ୍ୟରେ ୧୧ ଦିନର ପାର୍ଥକ୍ୟ ରହିଥାଏ ଏବଂ ତୃତୀୟ ବର୍ଷରେ ଏହାର ଅନ୍ତର ୩୩ ଦିନର ହୋଇଯାଏ । ସେହିଅନୁଯାୟୀ ଏଥର ଦୁଇମାସ ପଡୁଛି ଶ୍ରାବଣ ।
ଶ୍ରାବଣ ସୋମବାର ସକାଳୁ ଉଠି ଶୌଚ ହୋଇ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ପରେ ଡାହାଣ ହାତରେ ଜଳ ନେଇ ସୋମବାର ବ୍ରତ ର ସଂକଳ୍ପ ନିଅନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପିବା ସହ ଭଗବାନ ଶିବଙ୍କର ଜଳାଭିଶେକ କରନ୍ତୁ । ଭୋଳାନାଥଙ୍କୁ ଚାଉଳ, ଧଳା ଫୁଲ, ଧଳା ଚନ୍ଦନ, ଭାଙ୍ଗ, ଦୁର୍ଦୁରା, ଗାଇ ଖୀର, ଧୂପ, ପଞ୍ଚାମୃତ, ସୁପାରୀ ଏବଂ ବେଲପତ୍ର ଚଢାନ୍ତୁ । ପ୍ରସାଦରେ ଘିଅ ଏବଂ ଚିନି ଭୋଗ ଲଗାନ୍ତୁ ।