ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେରଳର ସବରୀମାଲା ମନ୍ଦିର ସମେତ ବିଭିନ୍ନ ଧର୍ମ ଏବଂ ଧାର୍ମିକ ସ୍ଥାନ୍ରେ ମହିଳାଙ୍କ ସହିତ ମତଭେଦର ପ୍ରସଙ୍ଗ ଉପରେ ସୋମବାର ସୁପ୍ରିମକୋର୍ଟ ପକ୍ଷରୁ ଶୁଣାଶି ଆରମ୍ଭ ହୋଇଛି । ମୁଖ୍ୟ ନ୍ୟାୟାଧୀଶ ସିଜେଆଇ ଏସଏ ବୋବଡେଙ୍କ ନେତୃତ୍ୱରେ ୯ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିବେ । ଯେଉଁଥିରେ ପୀଠ ପକ୍ଷରୁ କୁହାଯାଇଛି କି ସବରୀମାଲା ମାମଲାରେ ପୁନର୍ବିଚାର ପିଟିସନ୍ ଉପରେ ବିଚାର କରାଯିବ ନାହିଁ । ଏବେ ଏହି ମାମଲାରେ ଶୁଣାଣି ନ୍ୟାୟାଳୟ ପକ୍ଷରୁ ଆଗାମୀ ତିନି ସପ୍ତାହ ମଧ୍ୟରେ କରାଯିବ ।
ଶୁଣାଣି ଅବସରରେ ପୀଠ ପକ୍ଷରୁ କୁହାଯାଇଛି, ଆମେ ସବରୀମାଲା ମାମଲାର ପୁର୍ନବିଚାର ପିଟିସନ୍ ଉପରେ ବିଚାର କରୁ ନାହୁଁ । ଆମେ ପ୍ରଥମେ ସମ୍ବିଧାନ ପୀଠ ଦ୍ୱାରା ସଂଦର୍ଭିତ ପ୍ରସଙ୍ଗ ଉପରେ ବିଚାର କରୁଛୁ । ସୁପ୍ରିମକୋର୍ଟ ପକ୍ଷରୁ ନଭେମ୍ବର ୧୪ରେ ସବରୀମାଲା ମନ୍ଦିର ଏବଂ ମସଜିଦ୍ ରେ ମହିଳାଙ୍କ ପ୍ରବେଶ ସହିତ ବିଭିନ୍ନ ଧାର୍ମିକ ପ୍ରସଙ୍ଗ ଉପରେ ବଡ ପୀଠ ଦ୍ୱାରା ପୁର୍ନବାର ଶୁଣାଣି କରିବା ପାଇଁ କୁହାଯାଇଥିଲା ।
ଅନ୍ୟପଟେ ୫ ଜଣିଆ ପୀଠର ସର୍ବସମ୍ମତି ଦ୍ୱାରା ଧାର୍ମିକ ମାମଲାକୁ ବଡ ପୀଠ ନିକଟକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇଥିଲେ । ସେହିପରି କୋର୍ଟ ପକ୍ଷରୁ ୨୦୧୮ ରେ କରାଯାଇଥିବା ନିଷ୍ପତିକୁ ଚ୍ୟାଲେଞ୍ଜ ଦେଉଥିବା ପୁର୍ନବିଚାର ପିଟିସନ୍ ଉପରେ ପ୍ରଥମେ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରୁଥିଲେ । ଏହି ମାମଲା ବଡ ପୀଠକୁ ପଠାଇବା ପାଇଁ ୩-୨ ର ନିଷ୍ପତି ହୋଇଥିଲା । ୨୦୧୮ ରେ ସମସ୍ତ ବୟସର ମହିଳାଙ୍କୁ ସବରୀମାଲା ରେ ପ୍ରବେଶ କରିବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ଅନୁମତି ଦିଆଯାଇଥିଲା ।