ପୁରୀ (ଏଟିଆର ବ୍ୟୁରୋ): ଜଗନ୍ନାଥ ସଂସ୍କୃତି ଅନୁଯାୟୀ ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ସେହିପରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇଛି ଦେବ ଦୀପାବଳୀ । ଏହି ପର୍ବ ତିନି ଦିନ ଯାଏଁ ପାଳିତ ହେବ । ଆଜି ଦେବ ଦୀପାବଳୀର ଦ୍ୱିତୀୟ ଦିନ ।
ଦେବ ଦୀପାବଳୀର ବିଷେଶ୍ୱତ ହେଉଛି ପିତୃପୁରୁଷଙ୍କ ଉଦ୍ଦ୍ୟେଶରେ ମନୁଷ୍ୟ ଭଳି ଶ୍ରୀ ଜଗନ୍ନାଥ ବି ତିନି ଦିନ ଧରି ଦୀପଦାନ କରନ୍ତି । ଏହି ତିନି ଦିନ ଯାକ ଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ବିଧି ରହିଛି । ସେଥିପାଇଁ ଏହି ଦିନକୁ ଦେବ ଦୀପାବଳୀ କୁହାଯାଇଥାଏ ।
ଦେବଦୀପାବଳୀ ଅବସରରେ ପୁଷ୍ପାଳକ ସେବକମାନଙ୍କ ଦ୍ୱାରା ଶ୍ରାଦ୍ଧ ବେଶରେ ସୁସଜ୍ଜିତ ହୋଇଥାନ୍ତି ଶ୍ରୀଜିଉ । ଏଥିପାଇଁ ବଡଭାଇ ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସାନ ଭଉଣୀ ଶୁଭଦ୍ରା ଧଳା ସୂତା ଶାତୀ ପିନ୍ଧି ଥାନ୍ତି କିନ୍ତୁ ତିନି ଠାକୁରଙ୍କ ଶାଢୀର ଧଡି ଅଲଗା ଅଲଗା ହୋଇଥାଏ । ଏହାସହିତ ଅଳଙ୍କାରରେ ତଗଡି ନଳିଭୂଜ, ସୂର୍ଯ୍ୟ, ଚନ୍ଦ୍ର, କୁଣ୍ଡଳ, ଆଡକାନି, ହରିଡାମାଳି ଆଦି ଧାରଣ କରିଥାନ୍ତି ଶ୍ରୀଜିଉ ।