ଆଠଗଡ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ଆଜି କାର୍ତ୍ତିକ ମାସର ଦ୍ୱିତୀୟ ସୋମବାର । ଏହି ପବିତ୍ର ଦିନ ମହାଦେବଙ୍କୁ ଦର୍ଶନ କଲେ ପୂଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏନେଇ ଶୈବପୀଠମାନଙ୍କରେ ଭିଡ ଲାଗି ଥାଏ । କିନ୍ତୁ ଚଳିତବର୍ଷ କରୋନା ପାଇଁ କଟକଣା ଜାରି କରାଯାଇଛି । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ଦ୍ୱିତୀୟରେ ଭିଡ ନହେବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭୋର ୪ଟାରୁ ରାତି ୧୦ଟା ଯାଏଁ କଟକଣା ବଳବତ୍ତର ରହିବ । ଭଗବାନଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ କିନ୍ତୁ ମନ୍ଦିର ଭିତରେ ବାବାଙ୍କ ସମସ୍ତ ରୀତିନୀତି କରାଯିବ ।
ଆଜି ସକାଳୁ ଭୋର ୪ଟାରୁ ଧବଳେଶ୍ୱର ପୀଠରେ ପହଡ ଖୋଲାଯିବା ପରେ ୧୦୮ ଗରା ଜଳରେ ବାବାଙ୍କୁ ସ୍ନାନ କରାଯାଇ ମଙ୍ଗଳାଆଳତୀ, ସକାଳ ଧୂପ, ବାଳଭୋଗ ଆଦି ନୀତି ସମ୍ପନ୍ନ ହୋଇଛି ।