ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଦ୍ରାବସ୍ଥାରେ ମନୁଷ୍ୟ ସ୍ୱପ୍ନରେ ଘେରି ହୋଇଥାଏ । ଏହି ସମୟରେ ମଣିଷ ଯେକୌଣସି ସ୍ୱପ୍ନ ଦେଖେ ତାହାର କାରଣ ଜାଣିବା ପରେ ଅଧିକ ଉତ୍ସୁକ ରହିଥାଏ । ପ୍ରତ୍ୟେକ ଦିନେ ଭିନ୍ନ ଭିନ୍ନ ସ୍ୱପ୍ନ ଦେଖିବା ଦ୍ୱାରା ମଣିଷର ଜିଜ୍ଞାସା ଅଧିକ ବଢିଯାଏ । ଏହି କଥାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ଏକ ମାଧ୍ୟମ ବିଷୟରେ କହିବାକୁ ଯାଉଛୁ, ଯଦି ଆପଣଙ୍କ ସ୍ପପ୍ନରେ କୌଣସି ଦେବା-ଦେବୀ ଦୃଶ୍ୟମାନ ହେଉଛନ୍ତି ତେବେ ଏହାର କାରଣ ରହିଛି । ତେବେ ଆସନ୍ତୁ ଜାଣିବା…
ସ୍ପପ୍ନରେ ମହାଦେବଙ୍କ ଦର୍ଶନ:
ଯଦି ଆପଣ ସ୍ୱପ୍ନରେ ଭଗବାନ୍ ଶିବଙ୍କୁ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି କି ଆଗାମୀ ସମୟରେ ଆପଣଙ୍କ ଜୀବନର ସମସ୍ତ ସମସ୍ୟାର ଅନ୍ତ ହେବ । ଏହାଫଳରେ ଜୀବନରେ ଖୁସିର ଲହରୀ ଖେଳିଉଠିବ । ସେଥିପାଇଁ ଆପଣ ସ୍ୱପ୍ନ ଦେଖିବା ପରେ ମନ୍ଦରି ଯାଇ ମହାଦେବଙ୍କୁ ନଶ୍ଚେୟେ ପୂଜା କରିବେ । ଏହାଦ୍ୱାରା ସମସ୍ତ ମନସ୍କାମନା ପୂରଣ ହେବ ।
ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ:
ଆପଣ ବେଳେ ବେଳେ ସ୍ୱପ୍ନରେ ଭଗବାନ୍ ବିଷ୍ଣୁଙ୍କୁ ଦେଖୁଛନ୍ତି କି ଏହାର ଅର୍ଥ ଆପଣଙ୍କ ଜୀବନରେ ଚାଲୁଥିବା ପ୍ରେମ ସମ୍ବନ୍ଧ ଆଗକୁ ବଢିବାକୁ ଯାଉଛି ।
ସ୍ୱପ୍ନରେ ଶ୍ରୀରାମଙ୍କ ଦର୍ଶନ:
ଯଦି ଆପଣଙ୍କ ସ୍ୱପ୍ନରେ କେବେ ଭଗବାନ ଶ୍ରୀରାମ ଦେଖାଦେଉଛନ୍ତି ,ତେବେ ଏହାର ଅର୍ଥ ଜୀବନରେ ଉନ୍ନତି ହେବ । ଫଳରେ ସଫଳତାର ନୂତନ ରାସ୍ତା ଫିଟିବାର ସମ୍ଭବ ରହିଛି ।
ସ୍ୱପ୍ନରେ ମା’ ଲକ୍ଷ୍ମୀଙ୍କ ଦର୍ଶନ:
ଯଦି ଆପଣଙ୍କ ସ୍ୱପ୍ନରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ହୋଇଥାଏ ତେବେ ଏହାର ଅର୍ଥ ଆପଣଙ୍କୁ ଧନଲାଭ ହୋଇପାରେ । ଏହାସହିତ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବାର ଆଶ ମଧ୍ୟ ରହିଛି ।