ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆସନ୍ତା ୨୪ ତାରିଖ ଶନିବାରଠୁ ଆରମ୍ଭ ହେଉଛି ପୌଷ ଶୁକ୍ଳ ପକ୍ଷ । ଶନିବାର ଶନିଦେବଙ୍କ ଭକ୍ତି ପାଇଁ ଅତି ଉତ୍ତମ । ସୁଖୀ ଜୀବନ ଓ ଧନ-ସମ୍ପଦ ପାଇଁ ପ୍ରତ୍ୟେକ ବ୍ୟକ୍ତି ଶନିଙ୍କ କୃପା ପାଇବାକୁ ଚାହିଁଥାନ୍ତି । ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟକ୍ତି ଅନେକ ଉପାୟ କରିଥାନ୍ତି । ମାନ୍ୟତା ରହିଛି କି ଶନିବାର ରାଶି ଅନୁସାରେ ଉପାୟ କରିବା ଦ୍ୱାରା ଶନିଙ୍କ କୃପା ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା..
ମେଷ: ଏହି ରାଶିର ବ୍ୟକ୍ତି ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ଦିନରେ ଗୁଡର ମିଠା ପୁରୀ ସୋରିଷ ତେଲରେ ତିଆରି କରି ଗାଇକୁ ଖୁଆନ୍ତୁ । ଏହାସହିତ ପାଣିରେ କଳାଜୀରା ପକାଇ ସ୍ନାନ କରନ୍ତୁ । ଏହାଦ୍ୱାରା ଶନି ଦୋଷ ଦୂର ହେବ ।
ବୃଷ: ଏହି ରାଶିର ବ୍ୟକ୍ତି ଶନିବାର ଶନି ମନ୍ଦିର ଯାଇ ଶନି ଚାଳିଶା ପାଠ କରନ୍ତୁ । ଏହାପରେ ଗରିବଙ୍କୁ ଖାଦ୍ୟ ବସ୍ତ୍ର ଦାନ କରନ୍ତୁ । ଏହାଦ୍ୱାରା ଜାତକରେ ଶନି ମଜବୁତ ହେବେ ।
ମିଥୁନ: ଏହି ରାଶିର ବ୍ୟକ୍ତି ଶନିବାର ହନୁମାନଙ୍କୁ ଭକ୍ତି କରନ୍ତୁ । ସୁନ୍ଦରକାଣ୍ଡ ପାଠ କରନ୍ତୁ । ଏହାଦ୍ୱାରା ଶନିଦେବ ପ୍ରସନ୍ନ ହେବେ । ଜୀବନରେ ସୁଖ-ଶାନ୍ତି ବଳ-ବତ୍ତର ରହିବ ।
କର୍କଟ: ଏହି ରାଶିର ବ୍ୟକ୍ତି ଶନିବାର ଦିନ ସପ୍ତଧାନ ନିଜ ମୁଣ୍ଡ ଉପରେ ୭ ଥର ବୁଲାଇ ପକ୍ଷୀଙ୍କୁ ଖାଇବାକୁ ଦେଇ ଦିଅନ୍ତୁ । ଏହାଦ୍ୱାରା ଅଶୁଭ ପ୍ରଭାବ ଦୂର ହେବ ।
ସିଂହ: ଏହି ରାଶିର ବ୍ୟକ୍ତି ଶନିବାର କୋଷ୍ଠ ରୋଗୀଙ୍କୁ କଳା ବସ୍ତ୍ର, କମ୍ବଳ ଓ ଲୁହା ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ଶନି ଦୋଷ ଶାନ୍ତ ହେବ ।
କନ୍ୟା: ଶନିଙ୍କ ପ୍ରକୋପ କମ କରିବା ପାଇଁ ଏହି ରାଶିର ବ୍ୟକ୍ତି ଶନିବାର ଛାୟା ଦାନ କରନ୍ତୁ । ସେଥିପାଇଁ ଏକ ପାତ୍ରରେ ତେଲ ନେଇ ନିଜ ଛବି ଦେଖନ୍ତୁ ଏବଂ ସେହି ତେଲକୁ ବରଗଛ ମୂଳେ ରଖି ଦିଅନ୍ତୁ ।
ବୃଷ: ଏହି ରାଶିର ବ୍ୟକ୍ତି ଶନିବାର ୧୧ ଥର ଦଶରଥ କୃତ ଶନି ସ୍ତୋତ୍ର ପାଠ କରନ୍ତୁ । ଏହାଦ୍ୱାରା ଶନିଙ୍କ ମହାଦଶାରୁ ମିଳୁଥିବା ପୀଡାରୁ ଆଶ୍ୱସ୍ତି ମିଳିବ ।
ଧନୁ: ଏହି ରାଶିର ବ୍ୟକ୍ତି ଶନିବାର କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ । ଏହାଦ୍ୱାରା ଶନି ଦୋଷରୁ ମିଳୁଥିବା କଷ୍ଟ କମ ହେବ ।
ମକର: ଏହି ରାଶିର ସ୍ୱାମୀ ହେଉଛନ୍ତି ଶନି । ଶନିବାର ଦିନ କଳାଜୀରା, ବିରିଡାଲି ଏବଂ ଲୁହା ଦାନ କରନ୍ତୁ ।
କୁମ୍ଭ:ଏହି ରାଶିର ବ୍ୟକ୍ତି ଶନିବାର ଭୋଳାନାଥଙ୍କୁ କଳାଜୀରା ଅର୍ପଣ କରନ୍ତୁ । ଶିବ ଭକ୍ତଙ୍କୁ ଶନି ହଇରାଣ କରନ୍ତି ନାହିଁ ।
ମୀନ: ଏହି ରାଶୀର ବ୍ୟକ୍ତି ଶନିବାର ଶନିଦେବଙ୍କୁ ସୋରିଶ ତେଲ ଏବଂ କଳାଜୀରାରେ ଅଭିଶେକ କରାନ୍ତୁ । ଏହି ଉପାୟ କେବଳ ପୁରୁଷମାନେ କରିବା ଉଚିତ୍ । ଏହାଦ୍ୱାରା ଶନିଙ୍କ ଅଶୁଭ ପ୍ରଭାବ ଦୂର ହେବ । ମହିଳାମାନେ ଶନି ଚାଳିଶା ପାଠ କରନ୍ତୁ ।