ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବର୍ତ୍ତମାନ ଯୋଡା ଜ୍ୟେଷ୍ଠ ଚାଲିଛି, ଏହା ୧୩ ଜୁନ ପର୍ଯ୍ୟନ୍ତ ରହିବ । ଧାର୍ମିକ ଗ୍ରନ୍ଥ ଅନୁସାରେ ବରଗଛକୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ କୁହାଯାଇଥାଏ । ଏହି ଦିନରେ ବରଗଛରେ ପାଣି ଚଢା ଯାଇଥାଏ । ବିଶ୍ୱାସ ରହିଛି କି ଯଦି ପ୍ରତିଦିନ ବରଗଛ ମୁଳେ ପାଣି ଚଢାଇ ପୂଜା କରାଯାଏ, ତେବେ ସମସ୍ତ ସମସ୍ୟା ଦୂର ହେବା ସହ ଦୁର୍ଘଟଣା ଟଳି ଯାଇଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯୋଡା ଜ୍ୟେଷ୍ଠରେ ଯଦି ଆପଣ ପ୍ରତିଦିନ ବରଗଛକୁ ପୂଜା କରନ୍ତି ତେବେ ଏହାଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହ,ଧନ ବୃଦ୍ଧି ହୋଇଥାଏ । ଏହାସହିତ ଯଦି ଶନିବାର ଦିନ ବରଗଛମୂଳେ ପାଣି ଦେବେ ତେବେ ଶନି ଦେବ ମଧ୍ୟ ପ୍ରଶନ୍ନ ହୋଇଥାନ୍ତି ।
ଶାସ୍ତ୍ର ଅନୁଯାୟୀ ବରଗଛ ମୂଳରେ ବ୍ରହ୍ମା,କାଣ୍ଡରେ ବିଷ୍ଣୁ ଏବଂ ଶାଖାରେ ଭଗବାନ ଶିବ ଠାକୁର ବାସ କରିଥାନ୍ତି । ଯଦି ଆପଣ ଶନିବାର ସକାଳେ ଧଳା ଲୁଗା ପିନ୍ଧି ବରଗଛ ମୂଳରେ ପୂଜା କରି ପାଣି ଦେବେ ତାହାଦ୍ୱାରା ଶନ୍ନି ଦେବ ଆପଣଙ୍କ ଉପରେ ପ୍ରଶନ୍ନ ହେବା ସହିତ ଶନ୍ନି ପ୍ରକୋପ ଦୂର ହୋଇଥାଏ । ବାରଗଛ ମୂଳରେ ପାଣିରେ କେସର, ଚନ୍ଦନ,ଫୁଲ ଆଦି ମିଶାଇ ଚଢାନ୍ତୁ । ଏହାସହିତ ଅଶ୍ୱସ୍ତ ମନ୍ତ୍ର ଯପ କରନ୍ତୁ । ଏହାବ୍ୟତୀତ ଆପଣ ଗଛର ଚାରିପଟରେ ୧୧ଥର ବୁଲି ଶ୍ରୀବିଷ୍ଣୁ-ଶ୍ରୀକୃଷ୍ଣ ଯପ କରନ୍ତୁ । ଏଭଳି କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ ।