ନବରାତ୍ରୀର ଆଜି ତୃତୀୟ ଦିନ । ଏହି ଦିନ ମା’ ଦୁର୍ଗାଙ୍କର ତୃତୀୟ ସ୍ୱରୂପ ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମା’ଙ୍କୁ ପୂଜା କଲା ବଳେ ଲାଲ କିମ୍ବା ସବୁଜ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ୍ । ଏହାସହିତ ଆଜିର ଦିନରେ ମା’ ଚନ୍ଦ୍ରଘଣ୍ଟାଙ୍କର ପ୍ରିୟ ଚମେଲି ଫୁଲ ଅର୍ପଣ କରିବା ଉଚିତ୍ ।
ସମ୍ପୂର୍ଣ୍ଣ ବିଧି ବିଧାନ ସହିତ ଏହି ଦେବୀ ମା’ଙ୍କୁ ପୂଜା କରିବା ଦ୍ୱାରା ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହାସହିତ ଦେବୀଙ୍କ କୃପାରୁ ବ୍ୟକ୍ତି ନିର୍ଭିକ ଏବଂ ପରାକ୍ରମୀ ହୋଇଥାନ୍ତି ।
ଏହି ଦେବୀଙ୍କ ମୁଣ୍ଡରେ ଘଣ୍ଟାର ଆକାର ଚନ୍ଦ୍ରମା ରହିଥାଏ। ଏଥିପାଇଁ ତାଙ୍କୁ ଚନ୍ଦ୍ରଘଣ୍ଟା କୁହାଯାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି । ମା’ଙ୍କ ଦଶହାତରେ ଅସ୍ତ୍ରଶସ୍ତ୍ର ଏବଂ ହାତର ମୁଦ୍ରାଗୁଡିକ ଯୁଦ୍ଧ ମୁଦ୍ରାରେ ରହିଥାଏ। ମା’ ଚନ୍ଦ୍ରଘଣ୍ଟା ତନ୍ତ୍ର ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି।