ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱର-ଗୌହାଟିକୁ ଆରମ୍ଭ ହେବ ବିମାନ ସେବା । ଦୈନିକ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଭୁବନେଶ୍ୱରରୁ ଗୌହାଟିକୁ ଚଳାଚଳ କରିବ ବିମାନ ।
ବିମାନ ଦିନ ୧ଟା ୨୫ରେ ଭୁବନେଶ୍ୱରରୁ ଉଡାଣ ଭରି ୨ ଟା ୫୫ ରେ ଗୌହାଟିରେ ପହଁଚିବ । ସେହିପରି ୩ ଟା ୫୦ ରୁ ଗୌହାଟିରୁ ଉଡାଣ ଭରି ଭୁବନେଶ୍ୱରରେ ୫ ଟା ୨୦ ରେ ପହଁଚିବ ।