ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସୋମବାର ହେଉଛି ଭଗବାନ ଶିବଙ୍କ ବାର । ଏହିଦିନ ବିଧି ବିଧାନସର ଶିବଙ୍କୁ ପୂଜା କରାଯାଇଥାଏ । ତ୍ରିଦେବଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭୋଳାନାଥ । ବେଦରେ ତାଙ୍କୁ ରୁଦ୍ରଙ୍କ ନାମରେ ଜଣାଯାଇଥାଏ ।
ସୋମବାର ଯେଉଁ ଭକ୍ତ ଭଗବାନ ଶିବଙ୍କୁ ପୁରା ଶ୍ରଦ୍ଧା ଓ ଭକ୍ତି ମନରେ ଆରାଧନା କରନ୍ତି ସେ ସମସ୍ତ କଷ୍ଟରୁ ମକ୍ତି ପାଆନ୍ତି । ଶିବଙ୍କୁ ଉପାସନା କରିବା ଦ୍ୱାରା ଘରେ ମା ଲକ୍ଷ୍ମୀଙ୍କ କୃପା ବଳବତ୍ତର ରହିଥାଏ । ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ । ଯେଉଁ ଭକ୍ତ ହୃଦୟରୁ ଭୋଳାନାଥଙ୍କ ଆରତୀ କରିଥାନ୍ତି ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ପୂଜାବିଧି:
ସୋମବାର ସକାରୁ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ ।
ଏହାପରେ ଭଗବାନ ଶିବ ଏବଂ ମା ପାର୍ବତୀଙ୍କୁ ସ୍ମରଣ କରି ବ୍ରତ ସଂକଳ୍ପ ନିଅନ୍ତୁ ।
ଶିବଙ୍କୁ ଜଳ ଓ ବେଲପତ୍ର ଅର୍ପଣ କରନ୍ତୁ । ପୂଜା କରିବା ପରେ କଥା ଶୁଣନ୍ତୁ ।
ଶେଷରେ ଆରତୀ କରି ଘରର ସମସ୍ତ ସଦସ୍ୟଙ୍କୁ ପ୍ରସାଦ ବାଣ୍ଟନ୍ତୁ ।