ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମାକୁ ସ୍ନାନପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ । ଜଳସ୍ନାନ ଲାଗି ସ୍ନାନବେଦୀରେ ବିଜେ କରି ସାରିଲେଣି ଚତୁର୍ଦ୍ଧାମୂର୍ତ୍ତି । ୧୦୮ କଳସ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚାଲିଛି ଗୋଟେ ପରେ ଗୋଟେ ।
ବିଳମ୍ବିତ ରାତ୍ରିରୁ ଶ୍ରୀଜିଉଙ୍କର ପହଣ୍ଡି ନୀତି ଆରମ୍ଭ ହୋଇଥିଲା । ମହାମାରୀ କରୋନା ପାଇଁ ସୀମିତ ସେବାୟତ ମାନଙ୍କୁ ନେଇ ନୀତିକାନ୍ତି ଚାଲିଛି । ମଙ୍ଗଳଆଳତୀ, ମଇଲମ, ତଡପଲାଗି, ଅଧରପୋଛା , ଅବକାଶ ନୀତି ଆଦି ସମ୍ପନ୍ନ ହୋଇସାରିଛି । ଏହାପରେ ସ୍ନାନ ନୀତି ଆରମ୍ଭ ହେବ । ଏହା ଶେଷ ହେବା ପରେ ଗଜାନନ ବେଶରେ ଶୁସଜ୍ଜିତ ହେବେ ଚତୁର୍ଦ୍ଧାମୂର୍ତ୍ତି ।
ଚଳିତ ବର୍ଷ ମହାମାରୀ କରୋନା ପାଇଁ କଟକଣା ଯୁକ୍ତ ହେଉଛି ସ୍ନାନ ଯାତ୍ରା । କୌଣସି ଭକ୍ତ ମହାପ୍ରଭୁଙ୍କ ଜଳସ୍ନାନ ଏବଂ ଗଜ ବେଶ ବଡ ଦାଣ୍ଡରୁ ସିଧା ସଳଖ ଦେଖି ପାରୁ ନାହାନ୍ତି ।