ଏଟିଆର ବ୍ୟୁରୋ: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚାଲିଛି ଷୋଡଶ ଉପଚାର । ଆଜି ସକାଳୁ ସକାଳୁ ସେବାୟତମାନେ ବୈତରଣୀ ନଦୀର,ୁ ଜଳ ଆଣି ମାଙ୍କୁ ସ୍ନାନ କରାଇଥିଲେ । ଏହାପରେ ମାଙ୍କ ରୀତିନୀତି ଆରମ୍ଭ ହୋଇଯାଇଥିଲା ।
ଏହି ଅବସରରେ ମା ବିରଜାଙ୍କୁ ଦର୍ଶନ କରିବା ଲାଗି ପୀଠରେ ବହୁଳ ମାତ୍ରାରେ ଭକ୍ତଙ୍କ ସମାଗମ ଲାଗିବା ସହ ଆଜି ସକାଳୁ ପୀଠରେ ଭକ୍ତଙ୍କ ଭିଡ ଲାଗିଛି । ଆଜି ରାତିରୁ ମାଙ୍କ ଯଜ୍ଞ ମଣ୍ଡପରେ ପଞ୍ଚମୀ ହୋମ ଆରମ୍ଭ ହେବ ଏହା ଅଷ୍ଟମୀ ଯାଏ ଚାଲିବ । ପରମ୍ପରା ମୁତାବକ ନବରାତ୍ରୀରେ ମା’ ରଥରେ ବିରାଜମାନ କରି ପରିକ୍ରମା କରନ୍ତି । ଗତ ତିନି ଦିନ ଭଳି ଆଜି ମଧ୍ୟ ସନ୍ଧ୍ୟାରେ ମା ବିରଜାଙ୍କ ରଥ ଗଡିବ ।