ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତଙ୍କ ରୋଷେଇ ଘରେ ଶୁଖିଲା ଲଙ୍କା ଉପଲବ୍ଧ ଥିବ । ଏହି ଶୁଖିଲା ଲଙ୍କାକୁ ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ । ବାସ୍ତବରେ ଏହି ଲଙ୍କାର ବ୍ୟବହାର କେବଳ ରୋଷେଇ ଘରେ ସୀମିତ ହୋଇ ରହି ଯାଇ ନାହିଁ । ଆପଣ ଚାହିଁଲେ ଏହି ଶୁଖିଲା ଲଙ୍କା ଦ୍ୱାରା ବିଗିଡି ଯାଇଥିବା କାମରେ ସୁଧାର ଆସିପାରିବ । ତେବେ ଆସନ୍ତୁ ଜାଣିବା ଉପକାରୀ ଶୁଖିଲା ଲଙ୍କା ବିଷୟରେ..
– ଯଦି ଅପଣଙ୍କ ସ୍ୱାସ୍ଥ୍ୟବସ୍ଥା ସର୍ବଦା ଅସୁସ୍ଥ ରହୁଛି, ତେବେ ଆପଣ କପଡାରେ ପାଞ୍ଚୋଟି ଶୁଖିଲା ଲଙ୍କା ବାନ୍ଧି ଶୋଇବା ଗଦି ତଳେ ରଖି ଦିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀର ଅସୁସ୍ଥ ହେବ ନାହିଁ ।
– ଯଦି ଆପଣଙ୍କ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି ହେଉଛି ତେବେ ଏଥିପାଇଁ ଶୁଖିଲା ଲଙ୍କା ଖୁବ୍ ଉପଯୋଗୀ ହୋଇଥାଏ । ସେଥିପାଇଁ ଆପଣ ଗୋଟେ ଶୁଖିଲା ଲାଙ୍କାରୁ ୨୧ଟି ମଞ୍ଜି ବାହାରକରି ଏକ ପାଣି ଭର୍ତ୍ତି ଢାଳରେ ସେହି ମଞ୍ଜିକୁ ପକାଇ ଦିଅନ୍ତୁ । ତାହାପରେ ସେହି ପାଣିକୁ ନିଜ ଉପରେ ସାତ ଥର ଛିଞ୍ଚି ଘର ବାହାରେ ଢାଳି ଦିଅନ୍ତୁ ।
– ଘରେ ଧନ ପ୍ରାପ୍ତି ପାଇଁ ଆପଣ ୭ଟି ଲଙ୍କାକୁ ରୁମାଲରେ ବାନ୍ଧି ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ରଖି ଦିଅନ୍ତୁ ।
– ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଶୁଖିଲା ଲଙ୍କା ସବୁଠାରୁ ଭଲ ଉପାୟ । ଯଦି କୌଣସି ବ୍ୟକ୍ତିକୁ ନଜର ଲାଗିଛି ତେବେ ସେହି ବ୍ୟକ୍ତିର ଶୁଖିଲା ଲଙ୍କାରେ ନଜର ଉତ୍ତାରିବା ପରେ ଲାଙ୍କାକୁ ଜଳେଇ ଦିଅନ୍ତୁ ।