ପୁରୀ (ଏଟିଆର ବ୍ୟୁରୋ):ପୁରୀ ଶ୍ରୀ ମନ୍ଦିର ଉପରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପୋଲିସକୁ ସୂଚନା ମିଳିଛି । ଏମିତି ଏକ ବଡ ଖବର ଏବେ ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମନ୍ଦିର ଠାରୁ ଆରମ୍ଭ କରି ବେଳାଭୂମିର ରାସ୍ତା ଘାଟରେ ଗାଡି ମଟର ଯାଞ୍ଚ କଡା କଡି କରାଯାଇଛି । ପୁରା ସହର ଉପରେ ରଖା ଯାଇଛି କଡା ନଜର । କେବଳ ଆଜି ନୁହେଁ ବହୁ ପୁରାତନ କାଳରୁ ଏହି ବିଶ୍ୱ ପ୍ରସିଦ୍ଧ ମନ୍ଦିର ଉପରେ ରହିଛି ଆତଙ୍କୀଙ୍କ ନଜର । ତେବେ ଆସନ୍ତୁ ନଜର ପକାଇବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଅତୀତରେ ହୋଇଥିବା କେତେକ ଆକ୍ରମଣ ଉପରେ ।
ଜଗତର ନାଥ ଶ୍ରୀ ଜଗନ୍ନାଥ । ଭାବ ବନୋଦିଆ କାଳିଆ ଠାକୁର । ହଟିଆ କାଳିଆ ସାଆନ୍ତଙ୍କ ପ୍ରେମରେ ସାରା ବିଶ୍ୱ ବନ୍ଦା । ପୁରୀରେ ଅବସ୍ଥିତ ଜଗନ୍ନାଥଙ୍କ ନ୍ଦିରକୁ ବିଶ୍ୱର କୋଣ ଅନୁକୋଣରୁ ଲୋକେ ଦର୍ଶନ ପାଇଁ ଆସିଥାନ୍ତି । ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ଧାମ ହେଉଛି ଶ୍ରୀକ୍ଷେତ୍ର ପୁରୀ । ଯେଉଁଠି ପୂଜା ପାଉଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍୍ରା । ସମୁଦ୍ର ତଟରେ ରହିଥିବା ଏହି ମନ୍ଦିର ପଛରେ ରହିଛି ଅନେକ ରହସ୍ୟ । ଏହି ବିଶ୍ୱ ନିୟନ୍ତାଙ୍କ ରହସ୍ୟମୟ ମନ୍ଦିରକୁ ଲୁଟିବା ପାଇଁ ସମୟରେ ବିଭିନ୍ନ ରାଜା ମନ୍ଦିର ଉପରକୁ ଆକ୍ରମଣ କରିଥିବା ନଜିର ରହିଛି । ଇତିହାସରୁ ଜଣାଯାଏ ଯେ ଶ୍ରୀମନ୍ଦିର ଉପରେ ସମୁଦାୟ ଅଠର ଥର ଆକ୍ରମଣ ହୋଇଛି। ୧୫୬୮ ରୁ ୧୭୩୩ ଭିତରେ ପ୍ରାୟ ୧୬୫ ବର୍ଷ ମଧ୍ୟରେ କ୍ରମାଗତ ଭାବେ ଆଫଗାନୀ ଓ ମୋଗଲ ମାନେ ବହୁବାର ଶ୍ରୀ ମନ୍ଦିର ଉପରେ ଆକ୍ରମଣ କରିଥିଲେ । ରକ୍ତବାହୁ, କଳାପାହାଡ, ତୁକି ଖା ପ୍ରମୁଖ ସବୁବେଳେ ଜଗନ୍ନାଥ ବିଗ୍ରହକୁ ଧ୍ୱସଂ କରିବାକୁ ପ୍ରଚେଷ୍ଟା କରିଛନ୍ତି । କାରଣ ଯବନ ମାନେ ଜାଣିଥିଲେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହକୁ ଧ୍ୱସଂ ନ କରିବା ପର୍ଯ୍ୟନ୍ତ କେବେ ହେଲେ ଓଡିଶା ଜୟ କରି ହେବ ନାହିଁ । ଜଗନ୍ନାଥଙ୍କୁ ଯବନ ମାନଙ୍କ ଠାରୁ ରକ୍ଷା କରିବା ପାଇଁ ସେବାୟତ ମାନେ ମହାପ୍ରଭୁଙ୍କ ମୃର୍ତ୍ତିକୁ ଲୁଚାଇ ରଖନ୍ତି । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ୨୧ ଥର ସ୍ଥାନାନ୍ତର ହୋଇଛି । ସେଥିମଧ୍ୟରୁ ଦୁଇଥର ଶ୍ରୀକ୍ଷେତ୍ର ଭିତରେ ଲୀଳା ହୋଇଥିବା ବେଳେ ଶ୍ରୀକ୍ଷେତ୍ର ବାହାରେ ଉଣେଇଶ ଥର ସ୍ଥାନାନ୍ତର ହୋଇ ଲୀଳା କରିଛନ୍ତି ଶ୍ରୀ ଜଗନ୍ନାଥ ।
ମାଦଳା ପାଞ୍ଜି କହେ ଶୋଭନ ଦେବଙ୍କ ରାଜତ୍ୱ କାଳରେ ରକ୍ତବାହୁ ସମୁଦ୍ର ବାଟ ଦେଇ ଆସି ଶ୍ରୀଜଗନ୍ନାଥ ମନ୍ଦିରକୁ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରୁ ଶ୍ରି ବିଗ୍ରହଙ୍କୁ ରକ୍ଷା କରିବା ପାଇଁ ତତକାଳୀନ ରାଜା ଶୋଭନ ଦେବ ବିଗ୍ରହମାନଙ୍କୁ ନଦୀପଟରେ ଆଣି ସୁବର୍ଣ୍ଣପୁରର ତ୍ରିକୁଟ ପର୍ବତରେ ଲୁଚାଇ ରଖିଥିଲେ । ଏହି କ୍ଷେତ୍ରରେ ମହାପ୍ରଭୁଙ୍କୁ ଦୀଘ୍ର ୪୪ ବର୍ଷ ଧରି ପାତାଳି କରାଯାଇଥିଲା । ଯାହାକୁ ଶ୍ରୀବିଗ୍ରହଙ୍କ ଆଜ୍ଞାତ ବାସ ବୋଲି କୁହାଯାଏ । ଯେଉଁ ପାହାଡ ଆଜି ଛଳିଆ ପାହାଡ ବା ପାତାଳି ଶ୍ରୀକ୍ଷେତ୍ର ଭାବେ ପରିଚିତ । ସେହିପରି ୧୫୬୮ ମସିହାରେ ବିଧର୍ମି କଳାପାହାଡ ଶ୍ରୀମନ୍ଦିର ଉପରେ କରିଥିଲା ଆକ୍ରମଣ । ଏହି ବିଧର୍ମି ଶ୍ରୀବିଗ୍ରହମାନଙ୍କୁ ହାତୀ ପିଠିରେ ଆଣି ଗଙ୍ଗାକୂଳରେ ନିଆଁ ଲଗାଇ ପୋଡି ଦେବାକୁ ଚେଷ୍ଟା କରିଥିଲା । ମାତ୍ର ଭକ୍ତ ବିଷର ମହାନ୍ତି ମହାପ୍ରଭୁଙ୍କୁ ମୃଦଙ୍ଗରେ ଭରି କରି ଗଡଗୁଜଙ୍ଗ ନେଇଯାଇଥିଲେ । ୧୫୭୫ ମସିହାରେ ସେଠାରୁ ବିଗ୍ରହମାନେ ମନ୍ଦିରକୁ ଫେରିଥିଲେ । ୧୭୩୧ ମସିହାରେ ଶ୍ରୀମନ୍ଦିର ଉପରେ ତକି ଖାଁ ଦ୍ୱିତୀୟବାର ଆକ୍ରମଣ କରିଥିଲେ । ଶ୍ରୀମନ୍ଦିର ଉପରେ ପ୍ରଥମେ ୬୭୦ ମସିହାରେ ଆକ୍ରମଣ ହୋଇଥିଲା । ଏହା ୧୭୩୩ ମସିହା ପର୍ୟ୍ୟନ୍ତ ଚାଲିଥିଲା । ଏହା ୧୭୩୩ ମସିହା ପର୍ୟ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ହାରାହାରି ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳା କରିଥିଲେ । ମହାପ୍ରମୁ ସମୁଦାୟ ୨ ଥର ପାତାଳୀ ଲୀଳା କରିଛନ୍ତି । ଥରେ ସୋନପୁର ଠାରେ ଓ ୧୫୬୮ ମସିହାରେ କଳାପାହାଡ ଆକ୍ରମଣ ସମୟରେ ହାତୀପଡା ଠାରେ ମହାପ୍ରଭୁଙ୍କ ପାତାଳୀ ଲୀଳା ହୋଇଥିଲା ।