ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବଙ୍କର ପ୍ରିୟ ମାସ ହେଉଛି ଶ୍ରାବଣ । ଏହି ମାସରେ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଖାସ କରି ଶ୍ରାବଣ ମାସ ସୋମବାରର ଖୁବ୍ ମହତ୍ୱ ରହିଛି । ସେଥିପାଇଁ ଶ୍ରାବଣ ସୋମବାରେ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମିଥାଏ । ସେହିଅନୁଯାୟୀ ଶ୍ରାବଣ ମାସରେ କିଛି ଉପାୟ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ…
– ଯଦି ଆପଣ ଶ୍ରାବଣ ମାସରେ ବେଲପତ୍ର ଉପରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗ ଉପରେ ଚଢାଇବେ ତେବେ ଭଗବାନ ଶିବ ଆପଣଙ୍କ ସମସ୍ତ ମନସ୍କାମନା ଶୁଣିପାରିବେ ।
– ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ସମସ୍ୟା ରହିଛି ତେବେ ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ସକାଳୁ ଘରେ ଗୋମୂତ୍ର ଛିଞ୍ଚନ୍ତୁ ଏବଂ ଧୂପ ବୁଲାନ୍ତୁ ।
– ଭଗବାନ ଶିବଙ୍କର ପ୍ରିୟ ହେଉଛନ୍ତି ନନ୍ଦୀ । ସେଥିପାଇଁ ଭଗବାନ ଶିବଙ୍କ କୃପା ଲାଭ ପାଇଁ ନିୟମିତ ନନ୍ଦୀ (ବଳଦ) କୁ ସବୁଜ ଚାରା ଖୁଆନ୍ତୁ ।
– ଶ୍ରାବଣ ମାସରେ ଶିବଙ୍କର ଜଳାଭିଶେକ କରିବା ସହିତ କଳାଜୀରା ଅର୍ପଣ କରନ୍ତୁ । ଏହାସହିତ ମନ ଶାନ୍ତି କରିବା ପାଇଁ କିଛି ସମୟ ମନ୍ଦିରରେ ବସି ଓଁ ନମଃ ଶିବାୟ ଜପନ୍ତୁ ।
– ଧନ ପ୍ରାପ୍ତି ପାଇଁ ଅଟାରେ ଛୋଟ ଛୋଟ ଗୁଳା କରି କୌଣସି ପୋଖାରୀରେ ମାଛକୁ ଖାଇବାକୁ ଦିଅନ୍ତୁ ।