(ଏଟିଆର ବ୍ୟୁରୋ): ଆପଣଙ୍କ ଘରର ଦ୍ୱାର ଯେଉଁ କୋଣରେ ଥିବ ସେହି କୋଣ ଅନୁସାରେ ଧନତେରସରେ ବିଶେଷ ଦୀପ ଜଳାନ୍ତୁ । ଏହାସହିତ ଏଭଳି ବସ୍ତୁ କିଣନ୍ତୁ ଯାହାଦ୍ୱାରା ଆପଣଙ୍କର ବିଶେଷ ଲାଭ ହେବ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଆଗ୍ନେୟ କୋଣରେ ରହିଛି ତେବେ ଦୁଆର ମୁଁହରେ ଦୀପ ଜାଳି ସେଥିରେ କଉଡି ପକାନ୍ତୁ ଏବଂ ଚାନ୍ଦୀ ଜିନିଷ କିଣନ୍ତୁ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଦକ୍ଷୀଣ କୋଣରେ ଥିବ ତେବେ ମୁଖ୍ୟ ଦ୍ୱାରେ ଦୀପ ଜାଳି ସେଥିରେ ସୋରିଷ ପକାନ୍ତୁ ଏବଂ ସୁନା କିମ୍ବା ତମ୍ବା ଜିନିଷ କିଣନ୍ତୁ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ରହିଛି ତେବେ ଆପଣ ମୁଖ୍ୟ ଦ୍ୱାରରେ ଦୀପ ଜାଳି ସେଥିରେ କିସମିସ ପକାନ୍ତୁ ଏବଂ ଚାନ୍ଦୀ ଜିନିଷ କିଣନ୍ତୁ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର ଦିଗରେ ରହିଛି ତେବେ ମୁଖ୍ୟ ଦ୍ୱାରରେ ଦୀପ ଜାଳନ୍ତୁ ସେଥିରେ ଗୋଟେ ଗୁଜୁରାତି ପକାନ୍ତୁ ଏବଂ ସୁନା କିଣନ୍ତୁ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଐଶାନ୍ୟ କୋଣରେ ଥିବ ତେବେ ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ ସେଥିରେ ହଳଦୀ ପକାନ୍ତୁ ଏବଂ ସୁନା ଓ ପିତଳ ଜିନିଷ କିଣନ୍ତୁ ।
– ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗରେ ତେବେ ମୁଖ୍ୟ ଦ୍ୱାରରେ ଦୀପ ଜଳାନ୍ତୁ ସେଥିରେ ସିନ୍ଦୁର ପକାନ୍ତୁ ଏବଂ ସୁନା ଓ ତମ୍ବା ଜିନିଷ କିଣନ୍ତୁ ।
– ଏହା ବ୍ୟତୀତ ଏହି ଦିନ ନୂଆ ଝାଡୁ କିଣି ପୂଜା କରନ୍ତୁ । ଯଥାସମ୍ଭବ ତମ୍ବା, ପିତ୍ତଳ, ରୂପା ଦ୍ୱାରା ନିର୍ମିତ ଘର ଉପଯୋଗୀ ନୂତନ ବାସନ ଏବଂ ଅଳଙ୍କାର କିଣନ୍ତୁ ।
– ଏହା ସହିତ ମନ୍ଦିର, ଗୌଶାଳା, ନଦୀ ଘାଟ, କୂଅ, ପୋଖରୀ, ବଗିଚାରେ ଦୀପ ଲଗାନ୍ତୁ । ଛାତରେ ସନ୍ଧ୍ୟାରେ ଏକ ପାତ୍ରରେ ରାଶି ତେଲ ର ଏକ ଦୀପ ଜାଳନ୍ତୁ । ସନ୍ଧ୍ୟା ପରେ ତେରଟି ଦୀପ ଲଗାନ୍ତୁ କୁବେରଙ୍କୁ ପୂଜା କରନ୍ତୁ