ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ଶ୍ରାବଣ ମାସ । ଏହା ଭଗବାନ ଶିବଙ୍କର ପ୍ରିୟ ମାସ । ଏହି ମାସରେ ବିଧି ବଧ ଭାବେ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଧାର୍ମିକ ମାନ୍ୟତାନୁସାରେ ଭଗବାନ ଶିବଙ୍କ ଅଭିଶେଖ କରିବା ଖୁବ୍ ଫଳଦାୟୀ ହୋଇଥାଏ । ସେଥିପାଇଁ ଏହି ମାସରେ ଲୋକେ ରୁଦ୍ରାଭିଶେକ କରିଥାନ୍ତି । ଭଗବାନ ଶିବଙ୍କ ଆରାଧନା କରିବା ପାଇଁ ଉତ୍ତମ ହେଉଛି ଶ୍ରାବଣ ମାସ ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଷାଢ ପୂର୍ଣ୍ଣିମା ସମାପନ ସହ ଆରମ୍ଭ ହୋଇଥାଏ ଶ୍ରାବଣ ମାସ । ହିନ୍ଦୁ କ୍ୟାଲେଣ୍ଡରର ଏହା ୫ମ ମାସ । ଚଳିତବର୍ଷ ଜୁଲାଇ ୨୫ ରବିବାରେ ଶ୍ରାବଣ ମାସର ପ୍ରାରମ୍ଭ ଏବଂ ଅଗଷ୍ଟ ୨୨ ରବିବାର ଏହା ଶେଷ ହେବ ।
ଶ୍ରାବଣ ମାସରେ ପାତ୍ୟେକ ଦିନକୁ ପବିତ୍ର ବୋଲି କୁହାଯାଏ କିନ୍ତୁ ଶ୍ରାବଣ ସୋମବାରର ବିଶେଷ ମହତ୍ୱ ରହିଛି । ସୋମବାର ବ୍ରତ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ।