ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପବିତ୍ର ଉତ୍ସବ ରକ୍ଷା ବନ୍ଧନ ପାଳନ କରାଯାଏ । ଚଳିତ ବର୍ଷ ଏହି ଉତ୍ସବ ଅଗଷ୍ଟ ୨୬ରେ ପାଳନ କରାଯିବ । ଏହି ଦିନ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ଦୀର୍ଘ ଆୟୁଷ କାମନା କରିଥାନ୍ତି । ଏଥରକ ରକ୍ଷା ବନ୍ଧନର ଶୁଭ ମୂହୁର୍ତ୍ତ ହେଉଛି ୧୧ ଟା ୨୬ । ଏହା ମଧ୍ୟ କୁହାଯାଉଛି କି ରକ୍ଷା ବନ୍ଧନର ଦିନ ବାର ଠିକ୍ ଅଛି । ସେଥିପାଇଁ ଭଉଣୀମାନେ ସନ୍ଧ୍ୟା ୫ଟା ୧୨ ମିନିଟ୍ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧି ପାରିବେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରକ୍ଷା ବନ୍ଧନ ଦିନ ଥାଳି ସଜାଇ ଭାଇଙ୍କ ଆଳତୀ କରିବା ଉଚିତ୍ । ଏହା ସହିତ ଏହି ମନ୍ତ୍ର ମଧ୍ୟ ପାଠ କରାଯାଏ ।
ମନ୍ତ୍ର: ଭଦ୍ରା ୟେନ ଭେଦୋ ବଳି:ରାଜା ଦାନଭେନ୍ଦ୍ରୋ ମହାବଳଃ ।
ତେନ ତ୍ୱାମପି ବଧ୍ନାମି ରକ୍ଷେ ମା ଚଲ ମା ଚଲ ।
ଏହାର ଅର୍ଥ ହେଉଛି ଯେଉଁ ରକ୍ଷାସୂତ୍ର ଦ୍ୱାରା ମହାନ ଶକ୍ତିଶାଳୀ ରାଜା ବଳିକୁ ବାନ୍ଧା ଯାଇଥିଲା, ସେହି ସୂତ୍ରରେ ମୁଁ ତୁମକୁ ବାନ୍ଧୁଛି । ହେ ରାକ୍ଷୀ ତୁ ଅଡିକି ରହିଥା । ନିଜର ରକ୍ଷା ସଂକଳ୍ପରୁ କେବେ ବି ବିଚଳିତ ହେବୁ ନାହିଁ ।