ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମଣିଷ ଜୀବନରେ ଆଗକୁ ବଢିବାର ଇଛା ସମସ୍ତଙ୍କର ରହିଥାଏ । ସେଥିପାଇଁ ମଣିଷକୁ ଖୁବ୍ ପରିଶ୍ରମ କରିବାକୁ ପଡେ । ମାତ୍ର ଅତ୍ୟନ୍ତ ପରିଶ୍ରମ ସତ୍ୱେ କିଛି ଲୋକଙ୍କୁ ସଫଳତା ମିଳି ପାରି ନଥାଏ । ଯେଉଁ କ୍ଷେତ୍ରରେ ପରିଶ୍ରମର ମୂଲ୍ୟ ମିଳିନଥାଏ, ସେଠି ଆସ୍ଥା ଆରମ୍ଭ ହୋଇଥାଏ । ଲୋକଙ୍କ କହିବାନୁଯାୟୀ ଆସ୍ଥା ଦ୍ୱାରା କିଛି ହୁଏ ନାହିଁ, ସେଥିପାଇଁ ପରିଶ୍ରମ କରିବାକୁ ପଡିବ । କିନ୍ତୁ ଏହା ଭୁଲ୍ । ଆପଣ ଅନେକ ଥର କିଛି ଜିନିଷରେ ହାର୍ ମାନି ଯାଇଥାନ୍ତି । ଆପଣକୁ ଲାଗେ କି ସେହି ଜିନିଷ ଆପଣଙ୍କ ର ନଥିଲା । କାରଣ ସେହି ସ୍ଥାନରେ ଆପଣଙ୍କ ପରିଶ୍ରମ ଅସଫଳ ହୋଇଥାଏ । ପରିଶ୍ରମ ସହିତ ଆସ୍ଥା ମଧ୍ୟ ଜରୁରୀ ।
ଆଜି ଆମେ ଆପଣଙ୍କୁ ଏଭଳି କିଛି ଉପାୟ କହିବାକୁ ଯାଉଛୁ, ଯାହାର ପ୍ରୟୋଗରେ ଆପଣଙ୍କ ଭାଗ୍ୟର ତାଲା ଚୁଟକିରେ ଖୋଲିଯିବ ।
– ଯଦି ଆପଣଙ୍କ ବ୍ୟବସାୟରେ ଉନ୍ନତି ହେଉନାହିଁ, ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କେବଳ ପାନ ପତ୍ର ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଖୁବ୍ ଶୀଘ୍ର ସଫଳତା ପ୍ରାପ୍ତ ହେବ ।
– ଯଦି ପରିବାରରେ କୌଣସି ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡିଛି ତେବେ ସେଥିପାଇଁ କୌଣସି ପଣ୍ଡିତ ପାଖକୁ ଯାଆନ୍ତୁ ନାହିଁ । ଏକ ପାନ ପତ୍ରରେ ସାତଟି ଗୋଲାପ ପାଖୁଡା ଦେଇ ସେହି ବ୍ୟକ୍ତିଙ୍କୁ ଖୁଆଇ ଦିଅନ୍ତୁ । ଏହାଦ୍ୱାରା ଖରାପ ନଜରରୁ ରକ୍ଷା ମିଳିଥାଏ ।
– ଘରେ କୌଣସି ସଙ୍କଟରୁ ବାହାରକୁ ବାହାରିବାକୁ ଚାହୁଁଛନ୍ତି ତେବେ ଗଣେଶ ଭଗବାନଙ୍କୁ ପାନ ଉପରେ ରଖି ପୂଜା କରନ୍ତୁ । ଏହାଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଥାଏ ।
– ଯଦି ଆପଣଙ୍କର କୌଣସି କାର୍ଯ୍ୟରେ ବିଳମ୍ବ ହେଉଛି ତେବେ ରବିବାର ଦିନ ଘରୁ ବାହାରକୁ ବାହାରିଲା ବେଳକୁ ପାନ ପତ୍ରକୁ ପକେଟରେ ରଖି ଯାଆନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟ ପୂରା ହୋଇଥାଏ ।
– ହିନ୍ଦୁ ଧର୍ମରେ ପାନକୁ ଖୁବ୍ ମହତ୍ୱ ଦିଆଯାଇଥାଏ ।ସମସ୍ତ କାର୍ଯ୍ୟରେ ଏହି ପତ୍ରକୁ ବ୍ୟବହାର କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ । ମଙ୍ଗଳବାର ଏବଂ ଶନିବାର ଭଗବାନ ହନୁମାନଙ୍କୁ ପାନ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଖେଳୀ ଯାଇଥାଏ ।